STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଗୁରୁ ନାମ

ଗୁରୁ ନାମ

1 min
215

ଧରି ଥାଆରେ ଗୁରୁ ନାମକୁ

ପାର ହେବୁ ଯଦି ଭବ ଜଳକୁ।


ଆୟୁଷ ତୋ ଯାଉଛି ବିତି

ମାଡ଼ି ଆସଇ କାଳ ରାତି। 

ବାଟ ଆଉ ଅଳପ ବାକି

ଆଉ ବନ୍ଧୁ ଯାଅନା ଥକି। 

ଅଢେଇ ଦିନରୁ ଦି ଦିନ ଗଲାଣି

ଏତେ କାହିଁ ମୋହ ଆଉ ବେଳାକୁ। 

ଧରି ଥାଆରେ ଗୁରୁ ନାମକୁ। 


ଖେଳି ଖେଳି କେତେ ଯେ ଦିନ

କାଟି ଦେଲୁ ବାଉଳା ମନ। 

ମନର ତୁ ବୋଲାଇ ଦାସ

ବୁଦ୍ଧି ବିବେକ ଗଲା ନାଶ। 

ଯାହାଆ ଗଲା ଏବେ ଭୁଲି ସବୁ ଚିନ୍ତା

ପ୍ରଭୁ ପାଦେ ଏବେ ଦିଅ ମତିକୁ।

ଧରି ଥାଆରେ ଗୁରୁ ନାମକୁ। 


ସମରପି ତା ପାଦେ ସବୁ

ମାଗ ନାହିଁ କିଛିରେ ବାବୁ। 

ଆକୁଳେ ତା ପାଦକୁ ଧରି

ଲୋତକ ତୁ ଦିଅ ନିଗାଡ଼ି। 

ବିଗଳିତ ହେବେ ଭକ୍ତିରେ ତୋ ନାଥ

ମଥାକୁ ଆଉଁସି ନେବେ କୋଳକୁ। 

ଧରି ଥାଆରେ ଗୁରୁ ନାମକୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract