Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଗୁରୁ ମୋର ବ୍ରହ୍ମା ବିଷ୍ଣୁ

ଗୁରୁ ମୋର ବ୍ରହ୍ମା ବିଷ୍ଣୁ

1 min
189



  

ଗୁରୁ ମୋର ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ

ଶତ ଶତ ପ୍ରଣିପାତ ଦେବ ଦେବେଶ

ଗୁରୁ ଜ୍ଞାନ ଗୁରୁ ଧ୍ୟାନ ଗୁରୁ ମହାନ

ବୁଦ୍ଧି ଦାତା ସିଦ୍ଧି ଦାତା ପ୍ରଣାମ ଘେନ

ଜ୍ଞାନର ପ୍ରଦୀପ ଜାଳି

ଦିଅ ହେ ତମସା ଟାଳି

ପାଦେ ପାଦେ ଲୋଡା ତୁମ ସ୍ନେହ ଆଶିଷ

ଗୁରୁ ମୋର ଜୀବନର ପ୍ରେରଣା ଉତ୍ସ

ଆନନ୍ଦ ଉଛ୍ବାସ ଶକ୍ତି ଆଶା ବିଶ୍ବାସ

ଅନ୍ଧାରୁ ଆଲୋକେ ଗୁରୁ ଦେଖାନ୍ତି ବାଟ

ସେ ଆଲୋକେ ଆଲୋକିତ ଜୀବନ ସ୍ରୋତ

ଗୁରୁଙ୍କର ପାଦ ଧୂଳି

ମୋ ପାଇଁ ଚନ୍ଦନ ଭଳି

ମଥାରେ ହୋଇଲେ ବୋଳି ମିଳେ ସାହସ

ଗୁରୁଙ୍କର ଉପଦେଶ ମହତ ବାଣୀ

ଯା ଲାଗି ଜୀବନ ଯୁଦ୍ଧ ପାରୁଛି ଜିଣି

ସାଧନା ସିଦ୍ଧି ରେ ଗୁରୁ ଆଦର୍ଶ ମୋର

ତାଙ୍କ ପାଇଁ ପରିପୂର୍ଣ ଜୀବନ ପାତ୍ର

ଅସୁଝା ତାଙ୍କରି ଋଣ

ସମର୍ପିତ ପାଦେ ପ୍ରାଣ

ଗୁରୁ ମୋର ଦିବ୍ୟଜ୍ଯୋତି ପ୍ରଜ୍ଞା ପୁରୁଷ ।


Rate this content
Log in

Similar oriya poem from Inspirational