ଗୁରୁ ମାତା
ଗୁରୁ ମାତା
ହେ ପରମ ଗୁରୁ ଦିଅ ଦିବ୍ୟ ଜ୍ଞାନ
ଚରଣେ ଶରଣ ଦେଇ
ଲିଭି ଯାଉ ମୋର ଅଜ୍ଞାନ ଅନ୍ଧାର
ତୁମ ଜ୍ଞାନ ଜ୍ୟୋତି ପାଇ ।
ସେହି ସତ ବୁଦ୍ଧି କରେ ଆମ୍ଭେ ସିଦ୍ଧି
ଗୁରୁ ମାତା ଆଶିଷରୁ
ମାତା ପରି ସ୍ନେହ ନିରନ୍ତର ବର୍ଷି
ବର୍ଦ୍ଧିତ କରାନ୍ତି ଚାରୁ ।
ଗୁରୁ ଦଣ୍ଡ ବେଳେ ଗୁରୁମାତା କୋଳେ
ଲଭିଛୁ ଶୀତଳ ଛାୟା
କେତେ ସ୍ନେହ ବୋଳି ଉଦାରତା ଢାଳି
ନିବିଡେ ଲଗାନ୍ତି ମାୟା ।
ବାଲ୍ୟ ଚପଳତା ଯେତେକ ଦୁଷ୍ଟତା
ସହି ଥାନ୍ତି ଗୁରୁ ମାତା
ମନର ବୁଦ୍ଧିକୁ ନମାପି ବୁଝନ୍ତି
ସରଳ ବିଦ୍ୟାର୍ଥୀ ସତ୍ତା ।
ନିରବତା ଦେଖି ଗୁରୁ ମାତା ଦୁଃଖି
ଯେସନେ ଗୃହରେ ମାତା
ମମତାମୟୀ ସେ ସେନେହେ ଲଢନ୍ତି
ପଥ ଭୂଲେ ଝଡ ବାତ୍ୟା ।
ଶକ୍ତି ପ୍ରଦାୟିନୀ ତମସା ନାଶିନୀ
ଜଗତର ଜ୍ଞାନଦାତ୍ରୀ
ପ୍ରଣାମ କରୁଛି ଚରଣ କମଳେ
ଜ୍ଞାନେ କର ଯୋଗ୍ୟ ପାତ୍ରୀ ।