ଗୁରୁ ଦିବସ ଅନୁଚିନ୍ତା
ଗୁରୁ ଦିବସ ଅନୁଚିନ୍ତା
ଗୁରୁ କେବଳ ମାର୍ଗଦର୍ଶକ
ସବୁରି ଭିତରେ ଥିବା ପ୍ରତିଭା ଦର୍ଶାଇ
ଜୀବନ ଡ଼ଙ୍ଗାରେ ଆହୁଲା ପକାଇ
କରନ୍ତି ସମର୍ଥ ଭରି ସାମର୍ଥ୍ୟ ଅନେଶତ
ଗୁରଙ୍କର ବି ଗୁରୁ ଥାଆନ୍ତି
ସବୁରି ଉର୍ଦ୍ଧରେ ଯେମିତି ଜଗନ୍ନାଥ
ସୃଷ୍ଟି ବେଳେ ବୁଦ୍ଧି
ଗଣେଷ ରୂପେ ସିଦ୍ଧି
ତଥାପି ମଣିଷ ହୁଏ ରୁନ୍ଧି
ଜ୍ଞାନଲୋକେ ବାନ୍ଧି
ବାଟ କଢ଼ାଇ ଗୁରୁ ଦେଖାନ୍ତି ଆଲୋକ
ସତେ ପାରିବ୍ରାଜକ ହୁଏନ୍ସାଙ୍କ ପରି
ଆଲେକଜାଣ୍ଡାର ବୀରଙ୍କ ସରି
ବୁଦ୍ଧଦେବଙ୍କ କାମନା ରହିତ ସଵାରୀ
କାନ୍ଧେ ବୋହିକରି ଗୁରୁ ଭାବେ ହରି
ଆସନ୍ତି ଧରା ଧାମକୁ ଉଶ୍ୱାସ କରି
ବିଶ୍ୱାସ ଭରି
ଚିନ୍ତା ଓ ଚେତନାର ପରିପ୍ରକାଶରେ
ଏ ଦିନ ଓଜନିଆ ଭାରି
ଗୁ ଅର୍ଥ ଅଜ୍ଞାନ ରୁ ଅର୍ଥ ଆଲୋକ ଭରି
ଜଗନ୍ନାଥ ସମସ୍ତଙ୍କୁ ଦେଖାଅ ପଥ
ଗୁରୁ ଆଶୀର୍ବାଦ ପଡୁ ମଥାରେ ଝରି
ପ୍ରତିଭା ବିକଶିତ ହେଉ ଗୁରୁଙ୍କୁ ସ୍ମରି ।
