STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଗୁରୁ ଦେବ ଦୟାକର

ଗୁରୁ ଦେବ ଦୟାକର

1 min
184

କବିତା(ଗୁରୁଦେବ ଦୟା କର)

ଗୁରୁଦେବ ତୁମେ ଦୟାକର

   ଗୁରୁ ଦେବ ତୁମେ କୃପା କର

ସଂସାର ମାୟାରୁ ଭଵ ବନ୍ଧନରୁ

  ତୁମେ ମୋତେ ପାରି କର

ତୁମକୁ ଆଜି ପାଖରେ ପାଇଛି 

 ସବୁ ଦୁଃଖ ଭୁଲି ତୁମକୁ ଦେଖିଛି

ମୁହିଁ ଅଧମ ଅକିଞ୍ଚନ ତୁମର ,ଶରଣ ପଶଛି ତୁମରି ପୟର

ମନର ବିକାର ସବୁ ଅନ୍ଧକାର 

  ତୁମେ ମୋର ଦୂର କର

ଗୁରୁ ଦେବ ତୁମେ ଦୟା କର

ତୁମରି କରୁଣା ଯିଏ ତ ଲଭିଛି

  ସକଳ ସିଦ୍ଧି ଜୀବନେ ପାଇଛି

ତୁମେ ଥିଲେ ସଦା ପାଖରେ ମୋର

  ନଥିବ ଆଉ କାହାକୁ ଡର

ସଂସାର ମୋହରୁ ସବୁ ପାତକରୁ 

  ତୁମେ ମତେ ମୁକ୍ତି କର

ଗୁରୁ ଦେବ ତୁମେ ଦୟା କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational