ଗୁରବେ ନମଃ................
ଗୁରବେ ନମଃ................


ଆହେ ପୂଜ୍ୟ ଗୁରୁକୁଳ ଶିକ୍ଷା ଦିକ୍ଷା ଆଦିମୂଳ
ତୁମ୍ଭେ ସ୍ୱୟଂ ବ୍ରହ୍ମା ବିଷ୍ଣୁ ମହା ଈଶ୍ୱର
ତବ ଅନୁଗ୍ରହ ଲଭି ହେଲି ମୁହିଁ ଅନୁଭବି
ମୁହଁ ରେ ଫୁଟିଲା ମୋର ସୁନ୍ଦର ଭାଷା
ପାଇ ତବ ଜ୍ଞାନ ଅଞ୍ଜନ
ଦୂର ହେଲା ଅଜ୍ଞ ପଣ ହେଲି ମୁଁ ଧନ୍ୟ.........
ଦେବା ପାଇଁ ନାହିଁ କିଛି ସାଇତି ରଖିଛି ଭକ୍ତି
ନତ ମସ୍ତକରେ ତାହା କରେ ଅର୍ପଣ
ପୂଜି ତବ ପାଦ ଦ୍ୱୟ ଜନ୍ମ ହେବ ମୋ ସାର୍ଥକ
ତବ ପାଦ ଯୁଗଳରେ କୋଟି ପ୍ରଣାମ
ଖୋଲିଛି ମୋ ଜ୍ଞାନ ନୟନ.............
ପାଇବାକୁ ଶୁଭାଶିଷ ମୋ ନିବେଦନ
ଖୋଲିଛି ମୋ ଜ୍ଞାନ ନୟନ....
ତବ ପାଦ ଯୁଗଳରେ କୋଟି ପ୍ରଣାମ.....।