STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ଗୁପ୍ତେଶ୍ଵର ଶୈବପୀଠ

ଗୁପ୍ତେଶ୍ଵର ଶୈବପୀଠ

1 min
303


ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ

  ଜିଲ୍ଲା ଆମ କୋରାପୁଟ,

ବୈପାରିଗୁଡା କଟକରେ ଅବସ୍ଥିତ

  ଗୁପ୍ତେଶ୍ୱର ଶୈବପୀଠ।


ଗୁପ୍ତେଶ୍ୱର ପାହାଡ ଶୀର୍ଷ ଦେଶରେ

   ଗୁମ୍ଫାରେ ଲିଙ୍ଗ ପୂଜିତ,

ଛତିଶଗଡ଼ ଲୋକ ଉକ୍ତରେ ଡାକନ୍ତି

  ଗୁପ୍ତକେଦାର ନାଥ।


ଗୁମ୍ପା ମଧ୍ୟେ ଦଶ ଫୁଟ ଓସାରରେ

  ତିନି ଫୁଟ ଉଚ୍ଚ ଲିଙ୍ଗ,

ରାମସୀତା, ଲକ୍ଷ୍ମଣ ବନବାସରେ

  ପୂଜିଲେ ଏହି ଦେବ।


ଆଦିବାସୀ ଦୁରୁଆ ସମ୍ରଦାୟ ଯେ

  ସେବା ପୂଜା କରିଥାନ୍ତି,

ପ୍ରଭୁଙ୍କ ସମ୍ମୁଖେ ଧର୍ମଛତ୍ର ଆଗେ

  ମଧୁ ନିର୍ଗତ ହୁଅନ୍ତି।


ରାମକୁଣ୍ଡ ଆଉ ସୀତାକୁଣ୍ଡ ଗୁପ୍ତେଶ୍ୱର

   ପାହାଡ ଠୁ ଦୂରେ ଅଛି,

ପାହାଡ଼ର ପାଦଦେଶେ କୁଳୁକୁଳୁ

  ନାଦେ ଶାବେରୀ ନଦୀ ବହୁଛି।


ଗୁମ୍ପା ମଧ୍ୟେ ସ୍ୱର୍ଗଦ୍ୱାର,ପାରାଭାଡି

   ଦେବକୁଣ୍ଡ ରହିଅଛି,

ଆହୁରି ବି କାଳୀଗାଇ ବାଲିବନ୍ଧ

   ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି।


ପ୍ରଭୁ ଗୁପ୍ତେଶ୍ୱର ଶ୍ରୀପଦେ ପ୍ରଣତି 

   ଢାଳି କରେ ଏହି ଅଳି,

ଏ ଧରାରେ ସୁଖ ବିରାଜୁ ସର୍ବଦା

   ଦୁଃଖ ରୋଗ ଯାଉ ଚଳି।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational