STORYMIRROR

Santosh Samal

Romance Tragedy

4  

Santosh Samal

Romance Tragedy

ଗୁପ୍ତ ସମ୍ପର୍କ

ଗୁପ୍ତ ସମ୍ପର୍କ

1 min
325

ଦୁନିଆ ଏଠି ଏମିତି ନିୟମରେ ଵନ୍ଧା

ଜଣଙ୍କ ପାଇଁ ଆଉ ଜଣେ ନିୟତୀରେ ଛନ୍ଧା

ଏମିତି ସମ୍ପର୍କରେ ଛନ୍ଧି ଦେଇଛି ସେ'ଉପର ଵାଲା

ସେ ନ ' ଚାହିଁଲେ ଖୋଲିବନି କାହାରି ତାଲା

କେହି ଶୁଣନ୍ତି ମୋ' କଥା,ସଭିଏଁ ଏଠି କାଲା

ଦୁନିଆ କହୁଛି ଆମ ସମ୍ପର୍କ ରେ ଭରି ରହିଛି ପାପ

ଵୁଝିଵାକୁ ନାହିଁ କାହାର ଶକ୍ତି, ଆମ କାହାଣୀର ଗପ

ମୁଁ ଜାଣିଛି ତୋର ମୋର ଥିଲା ପଵିତ୍ର ସମ୍ପର୍କ

ଏ'ଦୁନିଆ କହୁଛି ଆମ ସମ୍ପର୍କକୁ ଗୁପ୍ତ ସମ୍ପର୍କ  ।


ଆମ ସମ୍ପର୍କରେ ନାହିଁ ପାପ ପ' ଅକ୍ଷର

ସମ୍ପର୍କ ଆମର ଚନ୍ଦ୍ର, କଇଁ ପରି ଅମର

ଦୁନିଆ ଦେଲେ ଦଉ ଯେତେ ଜାତନା

କାହାରିକୁ ମୁଁ କରିଵିନି ମନା

ମୁଁ ଜାଣିଛି ତୋର ମୋର ଥିଲା ପଵିତ୍ର ସମ୍ପର୍କ

ଏ'ଦୁନିଆ କହୁଛି ଆମ ସମ୍ପର୍କକୁ ଗୁପ୍ତ ସମ୍ପର୍କ  ।


ସମ୍ପର୍କର ଦ୍ଵାହି ଦେଇ କହୁଛି ସତ

କାମନାକୁ ଚାପିରଖୀ ଯୋଉଵନ ମୋ ଖାଉଛି ଖତ

କାହା ପାଇଁ ମୁଁ ଅଦରକାରୀ ଅଲୋଡା

ମୋ ' କଥା ଆଉ କିଏ ଵୁଝିଵ ତୋ' ଛଡ଼ା

ଵୁଝିଵା ଆଗରୁ କାହିଁ ଏତେ ଅଵୁଝା ତୁ' ହେଲୁ

ସମ୍ପର୍କ ଡୋରିକୁ ଏତେ ସହଜରେ କାଟି ତୁ' ଦେଲୁ

ମୁଁ ଜାଣିଛି ତୋର ମୋର ଥିଲା ପଵିତ୍ର ସମ୍ପର୍କ

ଏ'ଦୁନିଆ କହୁଛି ଆମ ସମ୍ପର୍କକୁ ଗୁପ୍ତ ସମ୍ପର୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance