ଗୁଞ୍ଜେ କୀର୍ତ୍ତି ତ୍ୟାଗ ବଳିଦାନ
ଗୁଞ୍ଜେ କୀର୍ତ୍ତି ତ୍ୟାଗ ବଳିଦାନ
କୀର୍ତ୍ତି ଓ ଗୌରବ ଗୁଞ୍ଜନ
କରୁଅଛି ଗର୍ବିତ,
ନିଷ୍ଟା ପରାକାଷ୍ଠା ଚନ୍ଦନ
ବାସ୍ନା ସାରା ଜଗତ !!
ଅନସୂୟା ସୀତା ସାବିତ୍ରୀ
ରାଣୀ ଯେ ଦମୟନ୍ତୀ
ଅହଲ୍ୟା ଦ୍ରୌପଦୀ ମହିଳା
ସ୍ମୃତି ରଖି ଅଛନ୍ତି !!
ସମାଜେ ମହତ୍ତ୍ଵ ନାରୀଙ୍କ
ଗୁଞ୍ଜୁଛି ନିରନ୍ତର,
ଅମୃତ ଏ କାଳ ରାଷ୍ଟ୍ରର
ଶକ୍ତି ଦିଶେ ତାଙ୍କର !!
ଆଦିବାସୀ କୁଳେ ଜନମ
ନାରୀ ଦ୍ରୌପଦୀ ପରି
ରାଷ୍ଟ୍ରପତି ଭାବେ ଆସୀନ
କର୍ମ ମନ୍ତ୍ରକୁ ଧରି !!
ଗାଆଁ ମଫସଲେ ଜନମ
ଲେଖିଲା ଇତିହାସ
ମହିଳା ସମାଜ ଗର୍ବିତ
ଦେଖି ତାର ସାହସ !!
ଦିଶନ୍ତି ଆଗୁଆ ନାରୀରେ
ସବୁ କ୍ଷେତ୍ର ରାଷ୍ଟ୍ରର
ସୁରକ୍ଷା କରନ୍ତି ଦେଶର
ବହି ବୀରତ୍ବ ଧାର !!
ଖେଳ କ୍ଷେତ୍ରେ ଦେଖ ନରୀରେ
ଆଣୁ ଛନ୍ତି ସମ୍ମାନ
କେନ୍ଦ୍ର ଅର୍ଥମନ୍ତ୍ରୀ ମହିଳା
ନାମ ତାଙ୍କ ଗୁଞ୍ଜନ !!
ଅର୍ଥନୀତି ହସ୍ତେ ମହିଳା
ବିଶ୍ବେ ପଞ୍ଚମ ସ୍ଥାନ
କରିବ ତୃତୀୟ ସ୍ଥାନରେ
ଅସୁ ଅଛିରେ ଦିନ !!
ଯୁବା ଓ ଯୁବତୀ ବଳରେ
ହୁଏ ସମ୍ଭବ ଏହା
ମହିଳା ଶକ୍ତି ଯେ ଅପାର
ନେତ୍ରେ ଦିଶୁଛି ତାହା !!
ଇତିହାସ ପୃଷ୍ଟେ ମଣ୍ଡନ
ନାରୀ ଶକ୍ତି ସ୍ବରୂପା
ଯୁଗେ ଯୁଗେ ଯାର ମହତ୍ତ୍ୱ
ଆଣେ ମନରେ ଆଶା !!
ଜନନୀ ଭଗିନୀ ଓ ଜାୟା
ନାରୀର ବହୁ ରୂପ
ଝିଅ ରୂପେ ତାର ଆଦର
ନାହିଁ ତା ପରି ମାପ !!
ସୁଗୁଣ ସମ୍ପନ୍ନ ନାରୀରେ
ସତ୍ୟ ଧର୍ମ ଭୂଷିତା
ଟୋପାଏ ସିନ୍ଦୂର ବନ୍ଧନ
କରେ ତାକୁ ଉଚ୍ଚତା !!