STORYMIRROR

Kishore Nayak

Children

3  

Kishore Nayak

Children

ଗୁଣ୍ଡୁଚି ମୂଷା

ଗୁଣ୍ଡୁଚି ମୂଷା

1 min
19


ଗୁଣ୍ଡୁଚି ମୂଷା 

ଗଛ କୋରଡ଼ରେ କରିଛି ବସା 

ଖଳାରେ ଶୁଖିଛି ଧାନ 

ଗଛ ତଳେ ଆସି ନସର ପସର

ଧାନ ଖାଇବାକୁ ମନ ll

ବୁଢ଼ୀ ମାଉସୀ 

ବାଡ଼ି ଧରି ହାତେ ଜଗିଛି ବସି 

ଖରା ମାରେ ଟାଇଁ ଟାଇଁ 

ଧାନ ଖାଇବାକୁ ଗୁଣ୍ଡୁଚି ମୂଷାର 

ମନ ଖାଲି ହାଇଁ ପାଇଁ ll

ଗୁଣ୍ଡୁଚି ଚାହିଁଛି ବସି 

ବୁଢ଼ୀ ଚାଲିଗଲେ ଘରକୁ ତା'ର 

ଧାନ ଖାଇଦେବ ଆସି ll

ବୁଢ଼ୀ କି ଯାଉଛି ଛାଡି 

ଗୁଣ୍ଡୁଚିକୁ ଦେଖି ବୁଢ଼ୀ ମାଉସୀ 

ଉଚେଇ ଦେଲା ତା' ବାଡ଼ି ll

ବାଡି଼କୁ ଦେଖି 

ଗୁଣ୍ଡୁଚି ଚାହିଁଲା ମଥାକୁ ଟେକି 

ଗୁଣ୍ଡୁଚି ମାରିଲା ଛୁ 

ବୁଢ଼ୀ ମାଉସୀର ଚଗଲା ନାତି 

ହସି ଦେଲା ହୁ..... ହୁ..... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children