ଗୁଣ୍ଡିଚାରାଣୀ ଓ ଜଗନ୍ନାଥ
ଗୁଣ୍ଡିଚାରାଣୀ ଓ ଜଗନ୍ନାଥ
ସମ୍ପର୍କ ଶିଖିବାକୁ
ପଚାର ଗୁଣ୍ଡିଚାରାଣୀଙ୍କୁ
ଆଉ ଉତ୍ତର ଭଗବାନ କାଳିଆଙ୍କୁ
ପରକୁ ଆପଣାର କରିବା ନିତି
ଆତ୍ମା ସଙ୍ଗେ ଆତ୍ମା ମିଳନର ପଂକ୍ତି
ଆବେଗ ଉସ୍ଛାହ ରେ ବାନ୍ଧି ସ୍ଥିତି
ସମ୍ପର୍କର ଡୋରି ଖିଏ ଏମିତି
ଦୃଷ୍ଟାନ୍ତ ଜଗନ୍ନାଥ ରଥରେ ଆସନ୍ତି
ମାଉସୀମା ଡାକି ହୃଦୟେ ବସାନ୍ତି
ହାତରୁ ପୋଡପିଠା ଖାଇ
ସନ୍ତୋଷ ଦିଅନ୍ତି ନିଅନ୍ତି
ସମ୍ପର୍କ ରକ୍ତର ଆଜି ଲହୁର ହୋରି ଖେଳନ୍ତି
ବିଶ୍ୱାସ ରେ ନିଶ୍ୱାସ ଭରସା ପାଇ
ସମ୍ପର୍କ ଭକ୍ତିରେ ଭାବରେ ଯାହା ଛିଡ଼େନାହିଁ
ଗୁଣ୍ଡିଚାରାଣୀ ଜଗନ୍ନାଥଙ୍କୁ ଦେଖି
ଭକତେ ବୁଝିଯାଆନ୍ତି
ଆହୁରି ବୁଝିବାକୁ ଭାଇ ଭଉଣୀ ସାଥେ
ଘୋଷଯାତ ଠାକୁରେ ଚଳାଇଛନ୍ତି l
