STORYMIRROR

Snigdha Nayak

Inspirational Others Children

3  

Snigdha Nayak

Inspirational Others Children

ଗୁଣବନ୍ତୀ

ଗୁଣବନ୍ତୀ

1 min
117

ଗୁଣବନ୍ତୀ ଅଟଇ ଫୁଲ ଆମର

କରନ୍ତି ସଭିଏଁ ଫୁଲର ଆଦର

ଦେଇ ଜଳ ,କରୁଛି ମୁଁ ଯତନ

ହୋଇ ସୁନ୍ଦରୀ ବଢୁଛି ଦିନକୁ ଦିନ


ଆଈ ତୋଳୁଛି ଦୁଦୁରା, ଗେଣ୍ଡୁ, ଟଗର

କରିବ ପୂଜା ,ଆଜି ପରା ଶିବରାତ୍ରି ଜାଗର

ମଲ୍ଲି ଫୁଲ ଗୁନ୍ଥି ବେଣୀରେ,ଦିଶେ ବୋଉ ସୁନ୍ଦର

ମହକି ଉଠେ, ତା'ମହକେ ଆମରି ଘର ଦ୍ବାର


ଆସିଛି କାଳିଆ ଭାଇ

ତୋଳୁଛି ଗୋଲାପ, ଆଦରେ ଯାଇ

ଭରୁଛି ଫୁଲେ ,ତା'ଟୋକେଇ

ବିକିବ ସିଏ ,ହାଟରେ ଯାଇ

ହୋଇବ ସେଇଠୁ ଅତର ତିଆରି

କରୁଛି ଏ ବ୍ୟବସାୟ, ପଇସା ଟିଏ ପାଇଁ


ଗେଣ୍ଡୁ ମାଳେ ସଜଡା ,ପଡ଼ିଶା ମଉସାଙ୍କ ଘର

ଆସିଲାଣି ନବ ବଧୂ,ଗଳାରେ ତାର କେତକୀ ହାର

ଆଣିଛି ସାଙ୍ଗରେ ମିଠା,ପିଠା ଆଉ ରଙ୍ଗୀନ କପଡା ଭାର

ଜିନିଆଁ ଫୁଲ ଠୁ ନେଇ ରଙ୍ଗ,ରଙ୍ଗା ହୋଇଛି କପଡା

ରଙ୍ଗୀନ କପଡାରେ, ତିଆରି କରେ ଜାମା ଆମ ବାପୁଡ଼ା


ବାଡ଼ିରେ ଅଛି ନିମ୍ବ ଗଛ ଟିଏ

ଝୁଲିଛି ତଳକୁ ନିମ୍ବ ଫୁଲ ର ଡାଳଟିଏ

ସେ ଫୁଲରୁ ଅଜା କରି ତିଆରି ତେଲ

ଭରିଛି ବୋତଲ ଚାଳିଶ

କାଛୁ କୁଣ୍ଡିଆଙ୍କର ହେବ ନାଶ

ଦେହେ ବୋଳି ହେବ ଯେବେ ସେ ମାଲିସ


ହେଲାଣି ସଞ୍ଜ, ତୁଳସୀ ମୂଳେ ଲାଗିଲାଣି ଧୂପବତୀ

ମହକି ଉଠିଲାଣି ଚଉଦିଗ ,ଚାଲିଛି ଆଳତୀ

ଚମ୍ପା ଫୁଲରୁ ତିଆରି ପରା ଏ ଅଗରବତୀ


ଫୁଟିଛି କଖାରୁ ଫୁଲ ହୋଇ ହଳଦିଆ

ତା'ଚକୁଳି ନ ଖାଇବି କିଆଁ

ଲାଗଇ ପାଟିକୁ କେଡେ ସୁଆଦିଆ

ଖାଇଦିଏ ସବୁ ମୁଁ, ସୁନା ପୁଅ ଭଳିଆ


ସବୁଗୁଣ ତାହାରି ପାଖରେ

କିଏ ହେବ ସରି ତାରି ଆଗରେ

ଆଦର ତାର,ସାରା ବିଶ୍ୱ ବ୍ରହ୍ମ।ଣ୍ଡରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational