ଗୁମର କଥା
ଗୁମର କଥା
କଥା ଗୁମରର କହନ୍ତି ହସି
ରକତ ଶୁଖାନ୍ତି ଗୋଟା ତୁଳସୀ
ଲୋକ ଅଛନ୍ତି ନିଜର ପ୍ରଶଂସା ଗାଆନ୍ତି ବଜାନ୍ତି
ଭଲ ଲୋକଙ୍କୁ ବି ଭେଲ କରନ୍ତି ।
ଆସନ୍ତି ଯାଆନ୍ତି ସବୁ ବୁଝନ୍ତି
ପର ମାମଲାତି ଭାରି କରନ୍ତି ବାବୁ ମହାନ୍ତି
ସମ୍ପଦକୁ ସଖା ସଭିଏଁ ଅଟନ୍ତି
ବିପଦ ବେଳକୁ କେହି ନୁହଁନ୍ତି ।
ସପନ ସୁନ୍ଦର ଯାହାକୁ ଯେତେ
ଆଶା ଅସୁମାରୀ ସୃଜି ପାରନ୍ତି ଭାରି ଓସ୍ତାଦି
ଫନ୍ଦି ଓ ଫିକର କାରସାଦି ଗୁରୁ
ଭାଉ କାଢ଼ନ୍ତି ।
ରାତି ଅଳପକୁ ସପନ ବେଶୀ
ସର ପାଣିରେ କି ପଡେ କେଉଁଠି ହୁନ୍ଦର ଦେଖି
ଭଳିଗଲେ ମନ ଠିକିଯିବ ଧନ
ରଖ ପରଖି ।
କଲରେଇ ଫୁଲ ଦେଖା ସୁନ୍ଦର
ପେଟରେ ଅଳିଆ ଭାରି ଗୁମର
ଖାଆନ୍ତି ପିଅନ୍ତି
ଭଲ ଚୂନକାଳି ପରମୁଣ୍ଡେ ଅଠା
ବୋଳି ଜାଣନ୍ତି ।
କାମ ଶୂନ କୁହା ମୁଣ୍ଡା କପିଳା
ବାରବାଟୀ ଚାଷ କରେ ବେହିଆ
ଥାଳ ପାତନ୍ତି
ବସି ଉଠି ଖାଲି ଆରାମ କରନ୍ତି
ବଡ଼ବଡ଼ କଥା କହି ଜାଣନ୍ତି ।
ଭାରି ଗୁମାନିଆ ଦାସେ ଆପଣ
ବଚନ ମଧୁର ମାଥେ ଚରଣ
ନାଆଁ କାଢ଼ନ୍ତି
ଅଣ୍ଟିରୁ ପଇସା ସରେନି ଅଧୁଲେ
କିଣନ୍ତି ବଜାର ଚଢ଼ନ୍ତି ହାତୀ ।
