STORYMIRROR

Chittaranjan Lenka

Tragedy Inspirational

2  

Chittaranjan Lenka

Tragedy Inspirational

ଗୁଲୁରୀ - 4

ଗୁଲୁରୀ - 4

1 min
2.4K


ଗୁଲୁରୀ ତୋ ଡୋର ଯାଉଅଛି ବଢି

ଗଡୁଅଛି ଯେତେ ଦିନ

ସେଥି ସହ ମୋର    ବଢି ଚାଲୁଅଛି

ଭାବ ସେନେହ ବନ୍ଧନ (1)


ତୋ ଭାବ ବନ୍ଧନ     ଏମିତିକା ଟାଣ

ସବୁକୁ ଭୁଲାଇ ଦିଏ

ସେଥିପାଇଁ ମୋର    ନିତ୍ୟ କରମରେ

କିଛି ବିଘ୍ନ ହୋଇଥାଏ(2)


ସହି ପାରନ୍ତିନି    ତୋର ମୋର ଭାବ

ମୋର ସହକର୍ମୀ ଗଣ

ସେଥିପାଇଁ କେତେ   ଥଟ୍ଟା ପରିହାସ

ଶୁଣିଥାଏ ମୋର କାନ(3)


ବୁଝି ମୁଁ ପାରୁନି       କାହିଁକି ମଣିଷ

ଏମିତି ବିବେକ ହୀନ

ସ୍ନେହ ମମତା ବି  ପିତା ଲାଗିଲାଣି

ହେଲେ କାନ୍ଦେ ମୋର ମନ(4)


ଭାବ ସେନେହ ଯେ  କରି ଆସୁଅଛି

ସେ ଜାଣିଛି ତାର ମଜା

ତୋର ମୋର ଭାବ  କିଏ ଛଡାଇବ

ମିଳୁ ପଛେ ମୋତେ ସଜା (5)



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy