STORYMIRROR

DHARITRI SAHU

Classics

4  

DHARITRI SAHU

Classics

ଗତିସ୍ତୋଂ ଭବାନୀ

ଗତିସ୍ତୋଂ ଭବାନୀ

1 min
284


ଆଦ୍ୟାଶକ୍ତି ମାତ ଦୁର୍ଗତି ନାଶିନୀ

    ମହାମାୟୀ ମା ଭବାନୀ,

ମହିଷା ମର୍ଦ୍ଦିନୀ ଶକ୍ତୀ ସ୍ବରୂପିଣୀ

    କାଳ ରାତ୍ରୀ ବିନାଶିନୀ ।୧।


ଅଶୁଭ ହାରିଣୀ  ଶୁଭ ପ୍ରଦାୟିନୀ

   ମଙ୍ଗଳ ମୟୀ ମା ଦୂର୍ଗା,

ନୂତନ ସୂର୍ଯ୍ୟର  ପ୍ରକାଶ କିରଣ

    ବିଞ୍ଚୁ ସିନ୍ଦୁର ର ଆଭା ।୨।


ଅମା ଅନ୍ଧକାର  ବିନାଶ କାରିଣୀ

    ଉଷାର ତୁ ସମ୍ଭାବନା,

ମାନବ ସମାଜ  ସଂସ୍କାର କାରିଣୀ

    ରକ୍ଷ ମାଂ ଯୋଗଜନ୍ମା ।୩।


ପ୍ରତି ମାନବର   ହୃଦୟେ ରହିଣ

     ଭରି ଦିଅ ଶାନ୍ତି ପ୍ରିତି,

ପ୍ରତାରଣା,ମିଥ୍ୟା   ଛଳ,ବ୍ୟଭିଚାର,

      ସମୂଳେ ଦିଅ ବିନାଶି ।୪।


ତୋର ଏହି ସୃଷ୍ଟି   ଅମ୍ଳାନ ପାବଛେ

      ଝରୁ ନଭୁ ପାରିଜାତ,

ମାନବ ହୃଦୟ    କୁସୁମାଞ୍ଜଳିରେ

   ‌   ସମର୍ପୁ ଭକ୍ତି ନୈବେଦ୍ୟ ।୫। 


ନମସ୍ତସୈ ଦେବୀ  ନମସ୍ତସୈ ଦେବୀ

      ପ୍ରାଣ ଗାଉ ଏହି ସ୍ତୋତ୍ର,

ମନ ଓ ଶରୀର   ସମର୍ପିତ ହେଉ

      ତୁମେ ଯନ୍ତ୍ର, ମନ୍ତ୍ର, ତନ୍ତ୍ର ।୬।


ଅପସରି ଯାଉ  ଦୁଃଖ କ୍ଳେଶ ଯେତେ

       ଯନ୍ତ୍ରଣାର ବିଭୀଷିକା,

ଆନନ୍ଦମୟୀ ଗୋ    ଭରିଦିଅ ଖୁସି

   ଶୌର୍ଯ୍ୟ,ବୀର୍ଯ୍ୟ ହେ ଅମ୍ବିକା ।୭।


ଆସ ଅବତରି    ଏ ଧରାଧାମକୁ

      ମାତ ଜଗତ ଜନନୀ,

ସବୁ ଜୀବ ସତ୍ତା  ‌ଆକୁଳେ ଡାକୁଛି  

    ଗତିସ୍ତୋଂ ମା" ଭବାନୀ।

    ଗତିସ୍ତୋଂ ମା" ଭବାନୀ।୮।


రచనకు రేటింగ్ ఇవ్వండి
లాగిన్

Similar oriya poem from Classics