ଗରୁଡ଼ କହଇ
ଗରୁଡ଼ କହଇ
ଗରୁଡ କହଇ ଆସ ହେ ଗୋସେଇଁ
ସଜ ହୋଇ ମୁଁ ବସିଛି.
ଭୈରବୀ ଦେବୀ ଯେ ଭୁତାଣୁ ରୂପରେ
ସାରା ଜଗତ ଗ୍ରାସିଛି.
ଏବେ କଳିଯୁଗ ଶେଷ ହେଉଛି. l
ବସିଲ ମଉନେ ରତ୍ନ ସିଂହାସନେ
ମୋତେ ବି କଲ ମଉନ..
ରାମ ଅବତାରେ କୃଷ୍ଣ ଅବତାରେ
ଘଡିକେ ପାପ ମୋଚନ.
ଉଠ କଲାସାଇଁ ଭକତେ ଚିନ୍ତଇ
ଜୀବନ ଅସହ୍ୟ ହେଉଛି. l
ପାପି ହେବେ ହତ ଯୁଗ ହେବ ସତ୍ୟ
ସତ୍ୟର ଵୀଜ ବୁଣିବା.
ପିଠିରେ ବସାଇ ଜଗତ ବୁଲାଇ
ପାପି ସଂହାର କରିବା.
ଧନ୍ୟ ହେବି ମୁହିଁ ହେ ଜଗତ ସାଇଁ
ପ୍ରତୀକ୍ଷା କରି ବସିଛି. l
