STORYMIRROR

Samar Ballav Bhoi

Inspirational Others

4  

Samar Ballav Bhoi

Inspirational Others

ଗ୍ରୀଷ୍ମର ଦାରୁଣ

ଗ୍ରୀଷ୍ମର ଦାରୁଣ

1 min
213


ବସନ୍ତ ମଳୟ ଲେଉଟି ଗଲାଣି

ଧରା ଧାମ ଏବେ ଉତ୍ତପ୍ତ ତନୁ

ଗ୍ରୀଷ୍ମର ଦାରୁଣ ନିଦାଘ ଏବେ ପ୍ରକାଶିତ

ଧରା ଧାମେ ଅବପାତ ଅଗ୍ନିରେଣୁ ।।


ଶୁଭ୍ର ନୀଳିମା ଗଗନର ଅପରୂପ

ଚଉଦିଗେ ଲାଗେ ସମ ଉଜ୍ଜଳ

ଉତ୍ତପ୍ତ ଅବଶ ଧରିତ୍ରୀ ବିବଶ

ହିମାଳୟ ଅଗ୍ରେ ହୁଏ ହିମସ୍ଖଳ ।।


ସାରା ଜୀବଜଗତ ତୃଷାର୍ତ ପରାଣ

ଭୋଗନ୍ତି ସଭିଏଁ ଅତି କଷ୍ଟ କଷଣ

ଜୀବଜଗତକୁ ଲାଗେ ଅଂଶୁଘାତ ଭୟ

ଝାଳ ବହି ଦେହେ ଝରିପଡେ ଲୁଣ।।


ଅପ୍ରାକୃତିକ ଅଗ୍ନିର ତାଣ୍ଡବେ  

ଜଙ୍ଗଲେ ସବୁ ନିଆଁ ଯାଏ ଚରି ଚରି

ପଶୁପକ୍ଷୀ ମାନ ଇତସ୍ତତଃ ଭୟଭୀତ

ନିଜ ବାସସ୍ଥାନ ଛାଡି ହୁଅନ୍ତି ସହରୀ ।।


ଖଜୁରୀ ପଣସ ଆମ୍ବ ତାଳସଜ

ତରୁଭୂଜ ବେଲ ଅଟେ ଗ୍ରୀଷ୍ମଫଳ

ବେଲ ପଣା କରେ କ୍ଲାନ୍ତକୁ ହରଷ

ମଣିଷ ଶରୀରେ ଭରେ ବୃଦ୍ଧି ବଳ ।।


ବୈଶାଖେ କୃଷକ ଭାଇର ଅକ୍ଷି ଅନୁକୂଳ

ଚନ୍ଦନ ପୂର୍ଣ୍ଣିମା ପଡେ ସେଇ ମାସ

ସୁହାଗ ସିନ୍ଦୁରୀ ଭାଗ୍ୟବତୀ ନାରୀ

ପାଳନ୍ତି ସାବିତ୍ରୀ ଅମାବାସ୍ୟା ଉପବାସ ।।


ବୈଶାଖ ଜ୍ୟେଷ୍ଠ କରଇ ଅତିଷ୍ଠ

ଘୁର୍ଣ୍ଣିଝଡ଼ ଆସି ରଚଇ ବିନାସ 

ଆଷାଢ଼ ପ୍ରବେଶେ ଧରା ମୁଖେ ହସ

ଗ୍ରୀଷ୍ମର ଦାରୁଣ ହୋଇଥାଏ ହ୍ରାସ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational