STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଗ୍ରୀଷ୍ମ ଋତୁର ତାଣ୍ଡବ

ଗ୍ରୀଷ୍ମ ଋତୁର ତାଣ୍ଡବ

1 min
189


ଭୟାବହର ଗ୍ରୀଷ୍ମ ଋତୁ

      ତତଲା ଖରାର ଏ ଋତୁ,

କରୋନା ଯନ୍ତ୍ରଣାର ଋତୁ

      ଅସ୍ଥିର କରୁଛି ଏ ଋତୁ।୧।


ଚିନ୍ତାରେ ଚିନ୍ତିତ ହୋଇଛି

      ଯନ୍ତ୍ରଣା କରୋନା ଦେଉଛି,

ଭୟାଭୟ କାଳ ଆସିଛି

      କାଳର ନଜର ପଡିଛି।୨।


ଶୁନଶାନ୍ ଭୂମି ହୋଇଛି 

      ଲକଡାଉନ୍ ବି ଚାଲିଛି

ରୋଦନର ରାବ୍ ଶୁଭୁଛି

      ଡକ୍ଟରଙ୍କ ଦୁଃଖ ଦିଶୁଛି।୩।


ଅମ୍ଳଜାନ ନାହିଁ ମିଳୁଛି

      ଭ୍ରଷ୍ଟାଚାରୀ ସତର୍କ ଅଛି

ଦୁରାଚାରୀ ଜାଗିଣ ଅଛି

       ନେତା ଆଜି ସତ୍ତା ଖଜୁଛି।୪।


ଗ୍ରୀଷ୍ମ ଋତୁର ଏ ତାଣ୍ଡବ

      ଅସ୍ଥିର କରେଟି ମାନବ

ଦୂର କର ପ୍ରଭୁ ମାଧବ

      ନିରାପଦ ହେଉ ଏ ଭବ।୫।


କରୋନା ନୁହେଁ ଏ ଲହରୀ 

      ସୁନାମୀ ହୋଇଛି ଲହରୀ

ସାଗର ପରି ହିଁ ଲହରୀ

       ଆସୁଅଛି ମାଡି ଲହରୀ।୬।


ଆମର ଦେଶର ପ୍ରଧାନ

       କରନ୍ତି ନିତି ସମାଧାନ,

ଭେଦଭାବ ନାହିଁ ହିଁ ମନେ

       ସେବୁଛନ୍ତି ଜନ ସମ୍ମାନେ।୭।


ଭୟାବହ ଗ୍ରୀଷ୍ମ ଋତୁ

       ତତଲା ଖରାର ଏ ଋତୁ,

କରୋନା ଯନ୍ତ୍ରଣାର ଋତୁ

       ଅସ୍ଥିର କରୁଛି ଏ ଋତୁ।୮।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy