Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

mitali mohanty

Inspirational

3  

mitali mohanty

Inspirational

ଗ୍ରୀଷ୍ମ ନୁହେଁ ବିଷମ

ଗ୍ରୀଷ୍ମ ନୁହେଁ ବିଷମ

1 min
180


କାହିଁ କେବେଠୁ, 

ମେଲାଣି ନେଲlଣି ମଳୟ କିନ୍ତୁ  

 ଚଇତାଳିର ଅଭିମାନ ଏଯାଏଁ ସରୁନି, 

ତଥାପି, 

ଝାଂଜି ପବନର ଘୋଡାରେ ବସି, 

ରୁଦ୍ରଙ୍କ ଲେଲିହାନ ଖଡ୍ଗ ଧରି, 

ଧରାବତରଣ କରିବାକୁ ତତ୍ପର ବୈଶାଖ l

ବାହାରକୁ କଠୋର ଦିଶୁଥିବା ଋତୁରାଜଙ୍କ ସାନ ଭାଇ, 

ପ୍ରକୃତରେ ଜଣେ କୋମଳ ହୃଦୟର ଅଧିପତି, 

ଝାଞ୍ଜି ସିନା ବହେ, 

ତା ' ସହିତ ଭାସି ଆସେ ଫଳରାଜ ସହିତ ନାନାଦି ପକ୍ଵ ଫଳର ମନଲୋଭା ଅପୂର୍ବ ସୁରଭି l

ନିର୍ଦୟ ମନୁଷ୍ୟ ଜାତିକୁ ପ୍ରତିଥର ଶିଖାଏ, 

ବୃକ୍ଷ ରାଜିର ମହତ୍ୱ ଆଉ ମଣିଷ ପଣିଆର କର୍ତ୍ତବ୍ୟ l

ଶୁଷ୍କ ସିନା କରାଏ ପୃଥିବୀକୁ, ମାତ୍ର ବର୍ଷା ସହିତ ମିଶି, 

ଧରଣୀକୁ ରତ୍ନଗର୍ଭା କରେଇବାରେ କେହି ନୁହେଁ ତାର ସମ 

ସତରେ, 

ଗ୍ରୀଷ୍ମ ନୁହେଁ ବିଷମ... ।



Rate this content
Log in

Similar oriya poem from Inspirational