STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗ୍ରୀଷ୍ମ ଆଗମନୀ

ଗ୍ରୀଷ୍ମ ଆଗମନୀ

2 mins
230

           ଗ୍ରୀଷ୍ମ ଆଗମନୀ
         ===========
ଏବେ ବସନ୍ତ କାଳ ଗଲା l
          ଦାରୁଣ ଗ୍ରୀଷମ ଆସିଲା ll
ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ l
          ରବି କରିବେ ଧରା ଗ୍ରାସ ll
 ପ୍ରଚଣ୍ଡ କିରଣର ଜାଳ l
        ଶୁଷ୍କ ହୋଇବ ନଦୀ ନାଳ ll
ଖରାରେ ଫାଟି ଯିବ ମୁଣ୍ଡ l
            ଘଟିବ କାହିଁ ଅଗ୍ନିକାଣ୍ଡ ll
ପ୍ରାଣୀଙ୍କ ଦୁଃସହ ଦୁର୍ଗତି l
            ଝାଞ୍ଜି ବହିବ ଖର ଅତି ll
ନୀରବିଲେଣି ବନେ ପୀକ l
          ଝିଙ୍କାରି ଝିଁଇଁ ଝିଇଁ ଦେଖ ll
ଗ୍ରୀଷ୍ମରେ ଭରସା ପଖାଳ l
           ପାଚିବେ ପଣସ ରସାଳ ll
ଖର୍ଜୁର ଜାମୁ ଜାମୁରୋଳ l
         ସପୁରୀ ଆଦି ନାନା ଫଳ ll
ଭୀଷଣ ଗ୍ରୀଷ୍ମ କିବା କହି l
        ଚାପକୁ ଗଲେ ଭାବଗ୍ରାହୀ ll
ଚନ୍ଦନ ଲେପି ଶରୀରରେ l
        ନାବ ବିହାର ନରେନ୍ଦ୍ରରେ ll
ଶୀତଳ ଷଷ୍ଠୀ ଏହି କାଳେ l
      ଶିବ ଭବାନୀ ବିଭା ହେଲେ ll
ଗ୍ରୀଷ୍ମ ହୋଇବ ଏବେ ଶେଷ l
            ରଜ ମଉଜ ପରବେଶ ll
ବାଗୁଡ଼ି ଖେଳ ପାନ ଖିଆ l
       ପବନେ ଦୋଳି ଉଡ଼ି ଯାଆ ll
ବୈଶାଖ ଜ୍ୟେଷ୍ଠ ଦୁଇ ଗଲା l
        ଧରଣୀ ହେଲେ ରଜସ୍ଥଳା ll
ବଡ଼ ଦାଣ୍ଡରେ ତିନି ରଥ l
         ଗ୍ରୀଷମ ହେଲା ସମାପତ ll
ଆକାଶେ ମେଘମାଳ ସୁଖେ l
       ଜଳ ଢାଳିଲେ ମହୀ ମୁଖେ ll
ଏବେଠୁ ଗାତ ଖୋଳି ରଖ l
         ଆଷାଢ଼େ ଲଗାଇବ ବୃକ୍ଷ ll
ଏମନ୍ତ ଚାଲେ ଋତୁ ଚକ୍ର l
          ଈଶ୍ୱର ଲୀଳା ଏ ବିଚିତ୍ର ll
ଗ୍ରୀଷ୍ମ ନଥିଲେ ବର୍ଷା କାହିଁ l
         ସୃଷ୍ଟି ସର୍ଜନା ଅଟେ ଏହି ll
              🙏🙏🙏
                 ଅର୍ଜୁନୀ
               -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational