STORYMIRROR

Jyotsna Acharya

Tragedy

3  

Jyotsna Acharya

Tragedy

ଗରୀବର ଠିକଣା

ଗରୀବର ଠିକଣା

1 min
713

ବଂଶ ଆଭିଜାତ୍ୟ

ନୁହେଁ ଗରୀବର ଠିକଣା

ଦିନ ଯାଏ, ସଞ୍ଜନଇଁ

ରାତି କେବେ ପାଏନା

ଦିବା ସ୍ବପ୍ନ ଦେଖୁଥାଏ

ବାସ୍ତବତା ଛୁଏଁନା

ସମୟ ଯେ ସରିଯାଏ

ଘଡି଼ କେବେ ଭରେନା

କ୍ଷୁଦ୍ର ଏକ ଚାଦର ତା

ଗରୀବର ଗାରୀମା

ନିମ୍ନ ତାର ପରିଚୟ 

ନୁହେଁ କାହା ତୁଳନା

ଲୁଚେ ନାହିଁ ପାଦ ତାର

ହିମ କାଲ କାକର

କହିବାକୁ ପଡେ ଗର୍ବେ

ସେ ଛୋଟ ଚାଦର

ଲମ୍ବା ନୁହେଁ ପଣତ ତା

ଦୀର୍ଘ ଅହଂଭାବର

ସେ କିଂତୁ ଛୋଟ ସେହି 

ଛୋଟ ଅଭିମାନର

କ୍ଷଣଟିଏ ବଞ୍ଚି ଗଲେ

କ୍ଷଣ ରହେ ମୃତ୍ୟୁର

କ୍ଷଣ ଟିକୁ ଆଶା ଭରେ

କ୍ଷୀଣ ତା ଶରୀର

ନୁହେଁ ସରି ମଳୀନତା

ଗରୀବର ଚାଦର

ସ୍ବାଭୀମାନ ଘୋଡ଼ଟିରେ

ଭରୁଥାଏ ଆଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy