ଗୃହଲଷ୍ମୀ
ଗୃହଲଷ୍ମୀ
କନ୍ୟା ଘରେ ଲଷ୍ମୀ ବୋହୂ ଗୃହଲଷ୍ମୀ
ସମାଜେ ବୋହୂ ଆଦର
ଲଷ୍ମୀ ପୂଜା ବ୍ରତ ବୋହୂ କରେ ସେତ
ସନ୍ତୋଷେ ପାଳେ ସଂସାର ll
ଶାଶୁ ଶଶୁରର ସେବା ଯେ ପୁଣ୍ୟର
ପରିଚୟ ପତି ତାର
ପତିର କାମର ଅର୍ଦ୍ଧେ କାମ ତାର
ସାର୍ଥକ ଅର୍ଦ୍ଧାଙ୍ଗିନୀର ll
ସେବା ପରିବାର ସଦା ଚିନ୍ତା ତାର
ମଙ୍ଗଳେ ପ୍ରାର୍ଥନା କରେ
ପରିବାର ସୁଖ ଶାନ୍ତିରେ ତା ସୁଖ
ସେବା କରେ ନିଃସ୍ୱାର୍ଥରେ ll
ଖାଦ୍ୟ ପ୍ରସ୍ତୁତିର ଗୃହ କର୍ମେ ତାର
ବିନିଯୋଗ ସମୟର
ସଭିଙ୍କ ଖିଆଲ ହୃଦେ ସବୁବେଳ
ଘରକୁ କରେ ମନ୍ଦିର ll
ସନ୍ତାନର ସୁଖ ଦେଖେ ହସମୁଖ
ସହି ସବୁ ଦୁଃଖ କଷ୍ଟ
ଲକ୍ଷ୍ମୀର ସ୍ୱରୂପା ଗୁଣେ ଅପରୂପା
କଥା ତାର ଶିଷ୍ଟ ମିଷ୍ଟ ll
ପର୍ବ ପର୍ବାଣୀରେ ଘରକୁ ସଜାଏ
ମୁରୁଜ ଝୋଟି ରଙ୍ଗରେ
ଦୁଆରେ ଗୋବର କଳସ ସିନ୍ଦୁର
ନିଜକୁ ଲକ୍ଷ୍ମୀ ରୂପରେ ll
ବନ୍ଧୁ ବାନ୍ଧବଙ୍କୁ ସାହି ପଡିଶାଙ୍କୁ
ସମ୍ମାନେ ବିନୟ ଭାବ
ପତିର ସେବାରେ ମନ ଓ ପ୍ରାଣରେ
ସଦା ଥାଏ ମନୋଭାବ ll
ବୋହୂ ର ପ୍ରଶ°ସା ବିଶ୍ୱାସେ ଭରସା
ସେହି ଘରେ ଥାନ୍ତି ଲଷ୍ମୀ
ଅଟେ ସେହି ଘର ସରଗର ପୁର
ବୋହୂ ସେଠି ଗୃହଲଷ୍ମୀ ll
