STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
178

ମଥାରେ ଓଢ଼ଣୀ ଟାଣି

ପାଦରେ ଅଳତା ଓ ହାତରେ ମେହେନ୍ଦି ଲେଖି

ଧୀରେ ଧୀରେ ପାଦ ଥାପି

ଆସିଛି ସେ ନିଜ ଘର ପରିବାର ଛାଡ଼ି

ଆଉ କା'ର ଘରେ ଜାଳିବାକୁ

ଚୁଲି ଦୀପ ଲଣ୍ଠନକୁ ଢ଼ାଳି ତାର ଆତ୍ମୀୟ ଅମୀୟ

ଭରି ଦିନ ରାତିକୁ ତା ମଧୁର ହସରେ। 


ଅନ୍ନପୂର୍ଣ୍ଣା ପରି ସାଜି ବୁଝିପାରେ

ପେଟ କଥା ସବୁ ସଦସ୍ୟ ଓ ଅତିଥି ମାନଙ୍କର

ଅଭାବକୁ ଭରିଦିଏ ଆତ୍ମୀୟ ଭାବରେ,

ନିଜେ ପଛେ ଭୋକେ ରହେ

ପୁରାଏ ଉଦର କିନ୍ତୁ ତା ପରିବାରର

ଯାହାକୁ ସେ ଘର ବୋଲି ମାନି ନେଇଛି 

ତା ଜନ୍ମସ୍ଥାନକୁ କରିଦେଇ ପର 

ସଭିଙ୍କୁ ଆଦରି ତା'ର ପ୍ରଲୁବ୍ଧ ଆଦରେ। 


ସୁରକ୍ଷିତ ରଖେ ଧନ ଓ ବୈଭବ

ନିୟନ୍ତ୍ରଣ କରି ଖର୍ଚ୍ଚ ଓ ସଞ୍ଚୟ,

ସେଥିପାଇଁ ଗୃହଲକ୍ଷ୍ମୀ ତା ଉପାଧି

ପର ଘରକୁ ଯେ ଘର କରି ନିଏ

ଅପର ହୃଦୟ କରି ନେଇ ଜୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract