Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

3  

Jayashree Maharana

Inspirational

ଗଢ଼ିଦେବା ପୁଣି ଆମ ରାଇଜ

ଗଢ଼ିଦେବା ପୁଣି ଆମ ରାଇଜ

1 min
262


କାହିଁ ବାରବାର କରଇ ପ୍ରହାର

ଦୈଵ ଦୁର୍ବିପାକ ଉତ୍କଳ ବକ୍ଷେ

ବିଶ୍ୱ ନିୟନ୍ତାର ବିଚିତ୍ର ବିଚାର

ବାଧକ ସାଜୁଛି ଆମରି ସୁଖେ ।


ପ୍ରଗତିର ପଥେ ବିଜ୍ଞାନର ରଥେ

ଗଢିଥିଲୁ ଯେଉଁ ଯନ୍ତ୍ର ଜଗତ

ନିର୍ଜନ ନିଶୀଥେ ବିଶ୍ୱାସର ସାଥେ

ରାଜ୍ୟବାସୀ ହେଉଥିଲେ ନିଦ୍ରିତ ।


କାଳର କରାଳ କରିଲା ଦୁର୍ବଳ

ଭାଙ୍ଗିଦେଲା ଆମ ମେରୁଦଣ୍ଡକୁ

ହୋଇଲା ଅଚଳ ସମ୍ପଦ ସକଳ

ଭାଙ୍ଗିନାହିଁ କିନ୍ତୁ ଆମ ବଳକୁ ।


ହାତ ସାଥେ ହାତ ମିଶାଇ ଏକତ୍ର

ଗଢ଼ିଦେବା ପୁଣି ଆମ ରାଇଜ

ମନ କରି ଶକ୍ତ ଆମେ ଦିବାରାତ୍ର

ଚାଲୁକର ପୁନଃନିର୍ମାଣ କାର୍ଯ୍ୟ ।


ଭୁଲି ଦୁଃଖକ୍ଳେଶ ଆସ ଭାଇ ଆସ

ଭଙ୍ଗା ସପନକୁ କରିବା ପୂର୍ଣ୍ଣ

କିଛି ଦିନ ମାସ ଲାଗିବ ଅବଶ୍ୟ

ଫେରାଇ ଆଣିବା ଆମରି ଧନ ।


ଗଛ ଲଗାଇବା ଯତ୍ନରେ ପାଳିବା

ସବୁଜ ସୁନ୍ଦର ହୋଇବ ମହୀ

ହୃଦେ ଜାତିସେବା ଯଦି ଆବୋରିବା

ଜଗତେ ସୁନାମ ଅର୍ଜିବା ଭାଇ ।








Rate this content
Log in

Similar oriya poem from Inspirational