Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଗୃହବନ୍ଦୀ

ଗୃହବନ୍ଦୀ

1 min
228


କରୋନା ଦେଇଛି ଛନ୍ଦି ଆଜି ସବୁ ଗୃ‌ହବନ୍ଦୀ

 ସତେକି ବିକଳ ଜୀବନ ଆକୁଳ

 ପ୍ରାଣେ ପ୍ରାଣେ ଯନ୍ତ୍ରଣାର ୟେ ଚିରାଳ

    ଜୀବନ ହେଉଛି ଧନ୍ଦି ।


ବନ୍ଦୀ ଜୀବନର ଦୁଃଖ ଅସହ୍ୟେ କରେ ବିମୁଖ

   ସମ୍ପର୍କ ଛିଣ୍ଡାଇ ଦେଇଛି କରୋନା

   ସତେକି ସମାଜ ହୁଏ ବାଟବଣା

 ସମାପ୍ତ ହୁଏ ବିବେକ ।


ଏ ବନ୍ଦୀ ଜୀବନେ ସୁଖ  ନେଇଛି ଛଡ଼ାଇ ଦୁଃଖ

   ଦେଇ ବଢ଼ାଉଛି ମାନସିକ ଚିନ୍ତା

   ଅବଶ ସମାଜ ଜଳେ ନିତି ଚିତା

     ହଜିଯାଏ ଶାନ୍ତି ମୈତ୍ରୀ ।


ଚଳ ଚଞ୍ଚଳ ସମାଜ ଆଜି ନିଥର ନିର୍ବାକ

   ଗୃହବନ୍ଦୀ ଭାଙ୍ଗି ଦେଲାଣି ଧର୍ଯ୍ୟ

   ମାନସିକ ଚାପ କବଳେ ସମାଜ

     ନଇଁଆସେ କାଳ ରାତି ।


ଏହି ରାତି ପାହିଯିବ ଅମୃତ ବେଳା ଆସିବ

   ନିତାଇ ଗଉର ଶ୍ୟାମ ନାମ ଭଜ

   ବିପଦୁ ପାରି କରିବେ ବ୍ରଜରାଜ

    ଫେରି ଆସିବରେ ଶାନ୍ତି ।


ବନ୍ଦୀ ଶାଳ ଯିବ ଭାଙ୍ଗି  ସୂରୁଯ ରଙ୍ଗେ ଦିଗାଙ୍ଗୀ

   ଉଦ୍ଭାସିତ ‌ହେବ ଲଗାରେ ଲଗାମ

    କର ପରିହାର ଅମାନିଆ ପଣ

      ବିପଦୁ ହୋଇବୁ ମୁକ୍ତି ।



Rate this content
Log in

Similar oriya poem from Inspirational