STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - 19

ଗୃହ ବନ୍ଦୀ - 19

1 min
11.9K

ଆଜି ବି ଝୁରୁଛି, 

ସେଇ ପିଲା ଦିନର 

ସ୍କୁଲ ଯିବା ବେଳକୁ

ତୁମ ହାତର ସରୁ ଚିମୁଟାକୁ


ବସ୍ତାନିରେ ଲୁଚାଇଥିବା 

କୋଳି ଆଚାରକୁ, 

ମୁଢ଼ି ମିକ୍ସଚରକୁ, 

ଆଉ ତୁମ ଘର 

ବଡି ପାମ୍ପଡକୁ


ମୋ ଭୁଲ ପାଇଁ 

ତୁମେ ଦଣ୍ଡ ପାଇବାକୁ, 

ନୀରବେ ଲୁହ ଢାଳ 

ଦେଖି ମୋର ଅସହାୟତାକୁ


ବାଲକୋନୀରେ ଠିଆ ହୋଇ

ଅଳସ ଭାଙ୍ଗୁଥିବା 

ତୁମ ଅବୟବକୁ, 

ଆଉ ଲୁଚେଇକି ଲେଖି

ଚିରି ଫିଙ୍ଗିଥିବା ଚିଠି ସବୁକୁ


ବହି ମଝିରେ

ସାଇତା ଶୁଖିଲା 

ଗୋଲାପ ଫୁଲକୁ, 

ଆଉ ନୂଆ ବର୍ଷ ର 

ହାତଲେଖା ଗ୍ରୀଟିଙ୍ଗସକୁ


ଗୃହବନ୍ଦୀରେ 

ତୁମ ସହ ମିଶିବାର 

ଅଭାବକୁ

ଆଉ ମୋ ପାଇଁ ବୋଉ ଠାରୁ 

ଗାଳି ଶୁଣିବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance