ଗର୍ବରେ କୁହ ମୁଁ ଓଡ଼ିଆ
ଗର୍ବରେ କୁହ ମୁଁ ଓଡ଼ିଆ
ଭାଷାକୁ ନେଇ ଗଢା ଓଡିଶା ରାଜ୍ୟ
ଦେଶରେ ପ୍ରଥମ
ବିଶ୍ୱରେ ଶ୍ରେଷ୍ଠ ଭାଷା ମଧ୍ୟରେ ଓଡ଼ିଆ
ଭାଷା ଅନ୍ୟତମ |୧|
ମାତୃଭାଷା ମାତୃଭୂମି ଉଭୟ ଆମ
ଓଡ଼ିଆଙ୍କର ଜନନୀ
ଆସ ସମସ୍ତେ ସେବିବା ତାଙ୍କୁ ଭକ୍ତି
ଭରେ ଦିବସ ରଜନୀ |୨|
ସାରା ଭାରତର ପ୍ରାଚୀନ ଭାଷାରେ
ଷଷ୍ଠ ଶାସ୍ତ୍ରୀୟ ଭାଷା
ମାତୃଭାଷାକୁ କଲେ ଆଶ୍ରା ପୂରିବ
ଆମର ସବୁ ଅଭିଳାଷା |୩|
ସୀମାହୀନ ସ୍ୱପ୍ନ ଥିଲା କଳିଙ୍ଗର ଭୂମି
ପୁତ୍ର ବିଜୁ ବାବୁଙ୍କର
ଏ ଓଡ଼ିଆ ଚଢିବ ଉତ୍ତୁଙ୍ଗ ପାହାଡ
ଉଡିବ ନୀଳ ଆକାଶ ଉପର |୪|
ସୁବାଷ ବୋଷ ଥିଲେ ବିପ୍ଳବର ବହ୍ନିଶିଖା
ଇଗଲ୍ ଝଡ଼ର
ବୀର ପ୍ରସବିନୀ ଉତ୍କଳ ମାଟିର ସୁରେନ୍ଦ୍ର
ଜ୍ୱଳନ୍ତ କ୍ରାନ୍ତିବୀର |୫|
"ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ
ଦେବି ସ୍ୱାଧୀନତା "
"ଦିଲ୍ଲୀ ଚଲୋ" ଡାକରାରେ ପୁରି ରହି
ଥିଲା ଦେଶପ୍ରେମ ଗାଥା |୬|
ଗର୍ବରେ କୁହ ମୁଁ ଓଡ଼ିଆ ମୋ ଭାଷା
ଓଡ଼ିଆ ଦୁର୍ବାର ଶପଥ ଆମର
ହେ ଭଉଣୀ ଭାଇ ଇତିହାସ ଆମ କେତେ
ଦୁର୍ଦ୍ଦଷ ବୀରମାନଙ୍କର |୭|
