STORYMIRROR

sasmita sahoo

Inspirational

3  

sasmita sahoo

Inspirational

ଗର୍ବରେ କହେ ମୁଁ ଓଡ଼ିଆ

ଗର୍ବରେ କହେ ମୁଁ ଓଡ଼ିଆ

1 min
490



ମୁଁ ଓଡ଼ିଆ ଭାରି ବଢିଆ, ବଢିଆ ମୋର ଭାଷା ,

ବଢିଆ ମୋର ରାଇଜ, ପୁଣି ବଢିଆ ବେଶଭୂଷା ।।

ବଢିଆ ଆମ ଚଳଣି ଅଟେ, ବଢିଆ ପରମ୍ପରା ,

ବଢିଆ ଆମ ପର୍ବପର୍ବାଣି, ବଢିଆ ପିଠା କାକରା ।।

ବଢିଆ ଆମ ସଂସ୍କୃତି ପୁଣି, ବଢିଆ ନାଚଗୀତ ,

ବଢିଆ ଆମ ଓଷା ଓ ବ୍ରତ, ବଢିଆ ପୂଜା ପାଠ ।।

ବଢିଆ ଆମ ସଂସ୍କାର, ଅଟେ ବଢିଆ ନିତିରୀତି,

ବଢିଆ ଆମ ପ୍ରଥା ଗୁଡିକ ,ବଢିଆ ବନ୍ଧୁ ପ୍ରୀତି ।।

ବଢିଆ ଆମ ଲୋକନୃତ୍ୟକୁ, ବଢିଆ ଲୋକଗୀତ,

ବଢିଆ ଆମ ହସ୍ତଶିଳ୍ପ, ଆଉ ସୁନ୍ଦର ପ୍ରIକୁତିକ ।।

ଗରବେ କହେ ନିଜକୁ ମୁହିଁ,. ଅଟେ ମୁଁ ଓଡ଼ିଆଣୀ ,

ଓଡିଶା ମୋର ଜନମ ଭୂଇଁ, ଜଗା ମଉଡମଣୀ ।। .


ସସ୍ମିତା ସାହୁ, ନାଶିକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational