STORYMIRROR

Jharana Rout

Romance Fantasy Others

4  

Jharana Rout

Romance Fantasy Others

ଗୋଟିଏ ଠିକଣା

ଗୋଟିଏ ଠିକଣା

1 min
422

 

 ମୋ ଆଖିର ପଲକ ତୁ,

       ତୋ ବଞ୍ଚିବା କାରଣ ମୁଁ ।।

  ମୋ ଜୀବନ ଧନରେ ତୁ,

       ତୋ ଅଶାର କିରଣ ମୁଁ ।।

  ମୋ ଗୀତର କବିତା ତୁ,

       ତୋ ସ୍ବପ୍ନର ଝଲକ ମୁଁ ।।

  ମୋ ହାତର ପାପୁଲି ତୁ,

        ତୋ ନିଦର ସ୍ବପ୍ନଟେ ମୁଁ ।।

   ମୋ ଦିନର ଆରମ୍ଭ ତୁ,

         ତୋ ରାତିର ଜହ୍ନଟେ ମୁଁ ।।

   ମୋ ସୁରର ରାଗିଣୀ ତୁ,

         ତୋ ପ୍ରେମର ପୁଜାରିଣୀ ମୁଁ ।।

    ମୋ ଆଖିର ତାରାଟେ ତୁ,

          ତୋ ବାଟର ଠିକଣା ମୁଁ ।।

     ମୋ ଜୀବନର ଖୁସିଟେ ତୁ,

           ତୋ ସନ୍ଧ୍ୟାର ରଜନୀ ମୁଁ ।।

     ମୋ ବିଶ୍ୱାସର ସାଥିଟିଏ ତୁ,

          ତୋ ଭରଷାର ପ୍ରତୀକ ମୁଁ ।।

      ମୋ ଘାଟର କୂଳ ତୁ,

          ତୋ ବାଟର ବାଟୋଇ ମୁଁ ।।

      ମୋ ଅଗଣାର ପରୀଟିଏ ତୁ '

           ତୋ ମନର ରାଣୀଟିଏ ମୁଁ ।।

      ମୋ ଦେହର ଛାଇଟିଏ ତୁ,

           ତୋ ଓଠର ମୁକ୍ତାଟିଏ ମୁଁ ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance