STORYMIRROR

Jayashree Maharana

Inspirational

3  

Jayashree Maharana

Inspirational

ଗୋଟିଏ ମାଳ

ଗୋଟିଏ ମାଳ

1 min
148

ଗୋଟିଏ ମାଳରେ ଅନେକ ଚାବିକୁ

ଏକାଠି କରିକି ରଖିବା ଯେବେ

ହଜିଯିବା ଭୟ ଖୋଜିବାର ବ୍ୟସ୍ତ

ମନରେ ଜମାରୁ ନଥିବ କେବେ ।


ଘରଟି ଆମର ଗୋଟିଏ ମାଳ ଯେ

ପ୍ରତି ସଦସ୍ୟ ତ ଚାବି ସଦୃଶ

ପରସ୍ପର ସ୍ନେହଶ୍ରଦ୍ଧା ,ବୁଝାମଣା

ଭରିଥାଏ ଘରେ ଚିର ହରଷ ।


ଭିନ୍ନ ଭିନ୍ନ ମନ ଭାବନା ବି ଭିନ୍ନ

ସଭିଙ୍କ ମତକୁ ଦେଇ ସମ୍ମାନ

ସଭିଙ୍କର ଇଛା ପୂରଣ ନିମିତ୍ତ

ପ୍ରୟାସ କରିଲେ ହସିବ ପ୍ରାଣ ।


ସ୍ନେହ ପ୍ରେମ ଦୟା ମମତା ବନ୍ଧନ

ନୀଳୟେ ହୋଇବ ଯେବେ ଦୁର୍ବଳ

ସେଇ ଘରେ ସୁଖଶାନ୍ତି ହଜିଯିବ

ଭାଙ୍ଗିଯିବ ସେଇ ଘରର ବଳ ।


ଆମ ଘର ଶକ୍ତି ଆମରି ହାତରେ

ଗୋଟିଏ ମାଳର ଚାବି ତ ଆମେ

ଏକତା ସୂତ୍ରକୁ ଭୁଲିବା ନାହିରେ

ଯୋଡି ହୋଇଥିବା ସର୍ବଦା ପ୍ରେମେ ।


Rate this content
Log in

Similar oriya poem from Inspirational