STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଗୋଟେ ଅଶୁଭ ପୁତ୍ରର କଥା

ଗୋଟେ ଅଶୁଭ ପୁତ୍ରର କଥା

1 min
233

ଜୀବନକୁ ଦେଖିବ ବୋଲି

ସେ ସୁଖ ସହ ହସିବାକୁ ଡରୁଥିଲା

ହସ ତା' ଓଠକୁ ଛୁଇଁବାକୁ 

ଦେଉଥିଲା ସବୁବେଳେ ପଛଘୁଞ୍ଚା, 

ଭୋକ ମରିଗଲା ପରେ 

ସେ ଦେଖିଲା ଭୋଜନ ପାଇଁ ଖାଦ୍ୟ

ପେଟ ପୁରିଗଲା ସତ

କିନ୍ତୁ ଜିଭ ତାର ହରାଇ ସାରିଥିଲା ସ୍ୱାଦ, 

ସେ ଅଶୁଭ ଲଗ୍ନରେ ଜନମିଥିଲା କି

ତା' ଅସୁନ୍ଦର ହସ କାହାକୁ ହସାଉନଥିଲା

ସେ କାନ୍ଦୁଥିଲା ପ୍ରତି ମୁହୁର୍ତ୍ତରେ

ତା' ଆଖି ଲୁହ କାହାକୁ ଦିଶୁନଥିଲା ।


ଶୋଷ ମରିଗଲା ପରେ 

ସେ ଦେଲା ପାଣି ବହୁକଷ୍ଟେ ଆଣି

ଭାଗ୍ୟରେ ତା' କଳାବାଦଲ

ସମୟ ସରିଗଲା ପରେ 

ଆସିଲା ତା' ସମୟ ଆସିଲା ତା' ମୁହୁର୍ତ୍ତ

କେବଳ ଥିଲା ନିଶ୍ୱାସ ପ୍ରଶ୍ୱାସ

ନଥିଲା ତା' ଭିତରେ ଜୀବନ ।


ନା' ସେ କାହାକୁ ସୁଖ ଦେଲା

ଅବା ହସାଇବା କଳା ସେ ଶିଖିପାରିଲା, 

ସେ ଦେଇପାରିନି ପିତାଙ୍କୁ ସୁଖ

ସେ ପୋଛି ପାରୁନି ମା' ଲୁହ

କେତେଦିନ ରଖିବ ଛାତିର କୋହ

ମନ ପ୍ରାୟ ଯାଇଛି ମରି

ବଞ୍ଚିଛି କେବଳ ତା' ଶରୀର ତା' ଦେହ

ଅଶୁଭ ପୁଅ ସେ ଅଶୁଭ ପୁଅ ।


ନିଜ ରକତକୁ ନେଇ ନେଇ

ସେ ଦେଖିଥିଲା ସ୍ୱପ୍ନ ରଖିଥିଲା ଆଶା

ଭାଙ୍ଗିଗଲା ବାଲିଘର ଜୀବନର

ଆସି ବାରବାର ସମୁଦ୍ରର ଢେଉ, 

ସେ ନିଜ ଲୋକ ପାଇଁ 

ସାଜିପାରିଲାନି ସୁଖର କାରଣ

ସମୟ କରୁଥାଏ ତାକୁ

ଟିକିଏ ବି ସୁଖେ ହସିବାକୁ ବାରଣ ।


ସତେ କି ସେ ଜୀବନର ପୂର୍ଣ୍ଣ କୂପରେ

ପିଇବା ପାଇଁ ଅଯୋଗ୍ୟ ଜଳ

ସେ ସାଜିପାରୁନି କାରଣ

ତିଆରି କରିପାରୁନି ଘରେ କୋଳାହଳ

ସେ କାହାପାଇଁ ଶୁଭ ନୁହଁ

ଅଶୁଭ ପୁଅ ସେ ଅଶୁଭ ପୁଅ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract