ଗୋପୀଙ୍କ ଶୋକ _୨
ଗୋପୀଙ୍କ ଶୋକ _୨
ହେ କୃଷ୍ଣ ପ୍ରେୟସୀ ପୃଥ୍ୱୀ ଦେବୀ
ଆମ୍ଭ କାହ୍ନୁକୁ ଦେଖିଛକି ,
କେତେ ଭାଗ୍ୟବତୀ ଅଟ ତୁମ୍ଭେ
ପ୍ରଭୁ ଚରଣ ସ୍ପର୍ଶ ପାଇ କି ।
ଉଲ୍ଲ।ସ-ବିଲାସ
ତୁମ୍ଭେ ପାଇ ନୀଳମଣି . . .
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୬।।
ଶ୍ରୀଅଙ୍ଗରୁ ସୁଷମା ସୌନ୍ଦର୍ଯ୍ୟ
କୁଚ଼ କୁଙ୍କୁମରେ ରଞ୍ଜିତ,
କୁନ୍ଦକଳି ମାଳାର ସୁଗନ୍ଧ
ବାସ୍ନା ଚତୁର୍ଦ୍ଦିଗ ମୋହିତ ।
ପ୍ରେୟସୀକୁ ପାଇ
ଭ୍ରମର ଭ୍ରମଇ ଜାଣି ।
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୭।।
ଚିତ୍ତ ବ୍ୟାକୁଳେ ସକଳ ଗୋପୀ
ପ୍ରଭୁଙ୍କ ଲୀଳା ମାନ ଗୁଣନ୍ତି,
କୃଷ୍ଣ ରଚିଥିଲେ ଯେତେ ଲୀଳା
ତାଙ୍କ ଭିତରେ ସର୍ବେ ସାଜନ୍ତି ।
କିଏ ହୁଏ କୃଷ୍ଣ . . .
କିଏ ହୁଏ ନନ୍ଦରାଣୀ ।
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୮।।
ନନ୍ଦରାଣୀ ଉଦୁଖଳେ ବାନ୍ଧେ
କଳା କାହ୍ନୁଙ୍କୁ ଗୋଡ଼ାଇଣ,
କିଏ ସାଜଇ ପୁତନା ଛଲେ
କିଏ କରଇ ଯେ ସ୍ତନ୍ୟପାନ ।
ବାଳକୃଷ୍ଣ ହୋଇ . . .
ଶକଟାକୁ ମାରେ ପୁଣି ।
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୯।।
କିଏ ସାଜେ ବକା ବତ୍ସାସୁର
କିଏ କହ୍ନେଇ ବଳରାମ,
ବକା ବତ୍ସାସୁରକୁ ମାରନ୍ତି
ବଳରାମ ସଙ୍ଗେ ଘନଶ୍ୟାମ ।
ଯିଏ ଯାହା ମତେ...
ଶ୍ରୀହରି ଲୀଳାକୁ ଗୁଣି ।
ପ୍ରେମ କାହାଣୀ କାହ୍ନୁର ପ୍ରେମ କାହାଣୀ ।।୧୦।।
କ୍ରମଶଃ . . .
ଜୟଶ୍ରୀ ରାଧେ. . .
