ଗୋପୀ ପ୍ରୀତି
ଗୋପୀ ପ୍ରୀତି
ପ୍ରୀତ ପୀତବାସ ରାଇ ସଙ୍ଗେ ଦେଖ
ମଜିଛନ୍ତି ପୀରତିରେ ଯେ....
ବିଶାଖା ଲଳିତା କ୍ରୋଧେ ଈର୍ଷାନ୍ୱିତ
ଭାବନ୍ତି କୁଟିଆ କେଡେ ଏ.... ||
ପ୍ରକୃତ ପ୍ରେମ ସେ କରନ୍ତି ରାଧାଙ୍କୁ
ମିଛେ ଭଣ୍ଡାନ୍ତି ଆମ୍ଭଙ୍କୁ ସେ ....
ତା ରଂଗା ହସକୁ ଚାହିଁଦେଲେ ଥରେ
ଚାଲିଯାଏ କାହିଁ କ୍ରୋଧ ଯେ....||
ତା ତ୍ରିଭଙ୍ଗୀ ଠାଣି ସେ ବଙ୍କା ଚାହାଣି
ଗୋପୀଙ୍କୁ କରେ ବାୟାଣୀ ହେ....
କି କରିବା ସଖି ତାର ମୁଖ ଦେଖି
ଭୁଲି ଯାଉ ଆନ ଯେତେ ଯେ.... ||
ପ୍ରେମରେ ପାକଲା ସେ ନନ୍ଦର ବଳା
ଭୁଲାନ୍ତି ମନକୁ କ୍ଷଣେ ସେ ....
କରନ୍ତି ବାହାନା ବିବିଧ ଛଳନା
ତାହାକୁ କେ ପାରିବ ଯେ.... ||
ସମ୍ମୋହନ ମନ୍ତ୍ର ଜାଣନ୍ତି ମୋହନ
ମୋହନ୍ତି ଗୋପିଙ୍କୁ ଯେ ସେ....
କି କରିବା ସଖି ରାଧେ ରାଧେ ଡାକେ
କାହ୍ନୁର ବଇଁଶୀ ନିତି ଯେ.... ||
ଭୁଲି ପଛ କଥା ତାର ସଙ୍ଗେ ବିତା
ଯେତିକି ସମୟ ମିଳୁ ଯେ....
ତା ବିନୁ ମୁକତି ନାହିଁ ଏଠି କିଛି
ତା ପ୍ରମେ ଆମେ ବନ୍ଧା ଯେ.... ||
