STORYMIRROR

Bulu Polai

Others

4  

Bulu Polai

Others

ମୁଁ ତୋ ହଳିଆ

ମୁଁ ତୋ ହଳିଆ

1 min
310

ତୁ ନୀଳା ଚଳିଆ ମୁଁ ତୋର ହଳିଆ

ଖଟୁ ଅଛି ଅବିରତ,

ତୁମ ପାଦ ପଦ୍ମେ ଲୟ ରଖି ନିତି

ଲଭୁ ଜୀବନ ସାର୍ଥକ |

କୁହ ହେ ମଣିମା କି ଆଦେଶ ଅଛି

ସବୁ କରିବ ଏ ଭୃତ୍ୟ,

ତୁମର ପ୍ରଦତ୍ତ ଏ ମୋହର ଘଟ

ତୁମ ପାଇଁ ସମର୍ପିତ |

ଅନାଦର କେବେ କରିବନି ପ୍ରଭୁ

ହୋଇଯିବି ବିଚଳିତ,

ତୁମ ଛଡା ମୋର ଅଛି ଅବା କିଏ

ତୁମେ ହିଁ ମୋର ସର୍ବସ୍ବ |

ତୁମ ପାଦ ସେବି ତୁମ ନାମ ଗାଇ

ମୁକତି ପାଉ ଏ ଦାସ,

ତୋଠି ଥାଉ ଭାବ ଭକତି ସର୍ବଦା

କର ମୋତେ ଆଶୀର୍ବାଦ


Rate this content
Log in