STORYMIRROR

Bulu Polai

Romance

4  

Bulu Polai

Romance

ଚିରନ୍ତନ ପ୍ରେମ

ଚିରନ୍ତନ ପ୍ରେମ

1 min
81

ମୋହର ତୁମର ମଧୁର ମିଳନ

ପ୍ରେମ ଆମ ଚିରସ୍ଥାୟୀ,

ଆକାଶକୁ ଭୂଇଁ ଚନ୍ଦ୍ରମାକୁ କଇଁ

ଯେହ୍ନେ ରହିଥାନ୍ତି ଚାହିଁ ।

ଫୁଲରେ ଭଅଁର ପଦ୍ମର ମିହିର

ସମ୍ପର୍କ ଅଛି ରହି,

ସାଗରରୁ ନଈ ଦେହରୁ ଛାଇ

ବିଚ୍ଛେଦ ନୁହଁନ୍ତି କେହି ।

ଚାନ୍ଦକୁ ଚକୋର ବର୍ଷାକୁ ଚାତକ

ଯେମିତି ରହନ୍ତି ଚାହିଁ,

ତୋର ମୋର ପ୍ରେମ ଠିଇକି ସେମିତି

ଜନମ ଜନମ ପାଇଁ ।



Rate this content
Log in

Similar oriya poem from Romance