STORYMIRROR

Bulu Polai

Abstract

2  

Bulu Polai

Abstract

ନେ ତୋ ଜୀବନ ସୁନ୍ଦର ଗଢି

ନେ ତୋ ଜୀବନ ସୁନ୍ଦର ଗଢି

1 min
138

କାହିଁକି ପିଉଛୁ ତୁ ଭାଇ ମାଲ ତାଡି

ଏ ସୁନ୍ଦର ଶରୀରଟା ଯିବ ବିଗିଡି

ରାସ୍ତାରେ ଚାଲୁଛୁ ତୁ ଉଠି ପଡି

ନାଳ ନର୍ଦମାରେ ଯାଉଛୁ ଗଡି

ଅଙ୍କାବଙ୍କା ସର୍ପ ଚାଲି କୁ ସିଂହର ରଡି

ଅଜବ ପ୍ରାଣି ଭାବି ଶ୍ଵାନ ଦିଏ ଖେଦେଡ଼ି

ନିଶାଗ୍ରସ୍ତ ହୋଇ ଅସନା ଜାଗାରେ ପଡି

ନଭମୁଖା ହୋଇ ନିଶ୍ଚିନ୍ତେ ମାରୁ ଘୁଙ୍ଗୁଡ଼ି

ରାସ୍ତାକଡ଼େ ଗଡୁ କାଠ ଗାଣ୍ଡିଟେ ପରି

ବିଲେଇ କୁକୁର ମୁତନ୍ତି ତୋ ଉପରି

ନିତି ଖାଲି କରୁ ଘରଣୀ ପେଢ଼ୀ

ମଦ ପିଇ ଖାଉ ମାଂସକୁ ମୋଡ଼ି

ଟଙ୍କା ବସ୍ତ୍ର ଘର ଜମି ସୁନାର ଚୁଡ଼ି

ବିକି ଭାଙ୍ଗି ନିଜ ଘର ଦେଲୁ ଉଜାଡି

ଘରଣୀ ସଙ୍ଗେ ନିତି ହେଉ ଝଗଡ଼ି

ଘର ଲୋକଙ୍କୁ କରୁ ବଡ଼ିଆବାଡ଼ି

ପ୍ରିୟଜନ ତୋର ତୋତେ ଦେଲେଣି ଛାଡି

ଆସିଛି ଘନ ଦୁଃଖ ଅନ୍ଧକାର ମାଡି

ପିତାମାତା ଭାବିଥିଲେ ହେବୁ ତୁ ଆଶାର ବାଡ଼ି

ରୋଗାକ୍ରାନ୍ତେ ହନ୍ତସନ୍ତ ହେଉଛନ୍ତି ବୁଢାବୁଢ଼ୀ

ଦେ ଭାଇ ମଦ କୁବୁଧି ଛାଡି

ନେ ତୋ ଜୀବନ ସୁନ୍ଦର ଗଢି

ନଚେତ ଅଧ ଦିନରୁ ଯିବୁ ତୁ ଗଡି

ସୁଧରିଲେ ଦୂର ହେବ ଦୁଃଖ କୁହୁଡି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract