STORYMIRROR

Papu parida

Classics Others

3  

Papu parida

Classics Others

ଗୋପବନ୍ଧୁ ତୁମେ ଭାରି ନିଷ୍ଠୁର

ଗୋପବନ୍ଧୁ ତୁମେ ଭାରି ନିଷ୍ଠୁର

1 min
175


ଭୀଷଣ ଜ୍ୱରରେ ପୀଡିତ ପୁତ୍ରକୁ

ଛାଡିଦେଇଗଲ ବନ୍ୟା ଅଞ୍ଚଳକୁ


ଦେଶ ସେବା ହେଲା ତୁମ ପାଇଁ ବଡ଼

ପର କଲ ସେଥିପାଇଁ ନିଜ ପରିବାର

ଗୋପବନ୍ଧୁ ତୁମେ ଭାରି ନିଷ୍ଠୁର।


 

ହଇଜା ଆକ୍ରନ୍ତେ ସେ ପୁରୀ ସହର

ସ୍ଥାନେ ସ୍ଥାନେ ଶବ ଦୁର୍ଗନ୍ଧ ଆସର


ଘର ପରିବାର କଥା ଚିନ୍ତା ନ କରିଣ

କଲ ଯାଇ ଶବ ସତ୍କାର

ଗୋପବନ୍ଧୁ ତୁମେ ଭାରି ନିଷ୍ଠୁର।


ଥିଲେ ଦୁଇ ଝିଅ ସ୍ତ୍ରୀ ଚାଲିଗଲେ

ଜୀବନ ରାସ୍ତାରେ ଏକା କରିଦେଲେ।


ବିବାହ ବନ୍ଦନେ ପୁଣି ହେଲନାହିଁ ବନ୍ଧା

ସେବାରେ ସାରିଦେଲ ଜୀବନ ତୁମର

ଗୋପବନ୍ଧୁ ତୁମେ ଭାରି ନିଷ୍ଠୁର।


ପଢିଥିଲ ତୁମେ ଓକିଲାତି ପାଠ

ଓକିଲାତି କଲେ ନିଶ୍ଚେ ପୁରିଥାନ୍ତା ପେଟ


ଓକିଲାତି ଛାଡି ଜାତୀୟତାର ବିକାଶ ନିମନ୍ତେ

କଲ ସତ୍ୟବାଦୀ ବନ ବିଦ୍ୟାଳୟ ପରି ମନ୍ଦିର

ଗୋପବନ୍ଧୁ ତୁମେ ଭାରି ନିଷ୍ଠୁର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics