STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଗୋପବନ୍ଧୁ ଥରେ ଫେରିଆସ

ଗୋପବନ୍ଧୁ ଥରେ ଫେରିଆସ

1 min
452

ଉତ୍କଳ ମଣି ସୁଆଣ୍ଡୋ ର ମଣି

 ଗୋପବନ୍ଧୁ ଥରେ ଫେରିଆସ

ତୁମଙ୍କୁ ଖୋଜନ୍ତି ଓଡ଼ିଶାବାସୀ ଏ

  ପାଇବାକୁ ଟିକେ ତୁମ ପରଶ।

   ଗୋପବନ୍ଧୁ ଥରେ


ତୁମ ତ୍ୟାଗ କଥା ମନେ ପକାଉଛି

 ଆଜି ଅକ୍ଟୋବର ନଅ ତାରିଖ

ଶୁଭ ଜନ୍ମ ଦିନେ ହେ ମହା ମାନବ

  ଦିବ୍ୟ ଧାମେ ଥାଇ 

   ନେବ ଆମ ପ୍ରଣିପାତ

ତୁମ ଲାଗି ସିନା ଦୁଃଖୀ ର ମୁହଁ ରେ

  ଫୁଟିଥିଲା ସଦା ହସ।

ଗୋପବନ୍ଧୁ ଥରେ


ଭୋକିଲା ମୁହଁ ରେ ଦେଉଥିଲ ଅନ୍ନ

 ଦୁଃଖୀ ଦୁଃଖ ଦେଖି ଶିକ୍ତ ନୟନ

କୋଟିଏ ସନ୍ତାନେ ବଞ୍ଚାଇବା ପାଇଁ

 ହେ ଉତ୍କଳମଣି ତ୍ୟାଗ କରିଥିଲେ

   ଏକୋଇର ବଳା ବିଶିକେଶନ

ଆଜି ବି ଝୁରନ୍ତି କେତେ ଦୁଃଖୀ ରଙ୍କି

 ପାଇବା ପାଇଁ କି ତୁମ ପରଶ।

 ଗୋପବନ୍ଧୁ ଥରେ


ଦେଶପ୍ରୀତି ତବ ଜଗତ ବିଦିତ

 ସବୁ କାର୍ଯ୍ୟରେ ଥିଲ ସଦାତତ୍ପପର

ସ୍ଵରାଜ୍ୟ ପାଇଁ କି ସ୍ୱାଧୀନତା ରଣେ

 ଢାଳି ଦେଇଥିଲ ସବୁକିଛି ଜୀବନ ର

ସରଗ ଧାମ ରୁ ଫେରିଆସି ତୁମେ

  ନିରାଶ ମନ ରେ ଭର ହରଷ।

  ଗୋପବନ୍ଧୁ ଥରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational