STORYMIRROR

Pinku Ranbida

Classics Others

3  

Pinku Ranbida

Classics Others

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ

1 min
743

ଓଡିଶା ମାଟିର୍ ଗରବ୍ ତୁମେ

ଉତ୍କଳମଣି ଗୋପବନ୍ଧୁ ଦାସ ,

ତମର ପାହା ତଳେ ମୁଡ଼ିଆ ମାରେ 

ପୁରୀ ଜିଲ୍ଲା ନେ ତୁମର ବାସ । 


ପୁରୀ ଜିଲ୍ଲାର ସୁଆଣ୍ଡୋ ଗାଁ ନେ 

ଜନମ ହେଇଥିଲ ତୁମେ,  

ବାପା ତୁମର ଦୈତାରୀ ଦାସ 

ମାଆ ସ୍ଵର୍ଣ୍ଣମୟୀ ଦେବୀ


ଗରିବ୍ ଦୁଃଖି କେ ସାହା ହେଇଥିଲ

ବନ୍ୟା,ବିପଦ୍ ସମିଆଁ ଥି,

ନିଜର୍ ପୁଓ କେ ମରନ୍ ମୁହେ ଛାଡି

ଗରିବର୍ ହେଇଥିଲ ସାଥି ।


ଓଡିଆ ଭାଷା କେ ବଂଚାବାର୍ ଲାଗି

କେତେ ଯେ ଲଢେଇ କର୍'ଲେ,

ଜଣେ ଲୁକର୍,ଜାତି ପରିଚୟ

ତାର୍ ଭାଷା ବଲି ଆହ୍ବାନ୍ କରିଥିଲେ ।


କେତେ ଯେ କବିତା,ପ୍ରବନ୍ଧ,ଗଳ୍ପ

ଲେଖି ଯାଇଛ ତମେ,

ତମର୍ ଲେଖା ପଢିକରି ଓଡିଶା ବାସୀ

ଗରବ୍ କର୍'ସୁ ଆମେ ।


ସେବା ,ସାହିତ୍ୟ,ରାଜନୀତି ରେ 

ସବୁ ନେ ଉଡୁଛେ ତମର୍ ବାନା

ଯୁଗେ ଯୁଗେ ତମେ ଅମର୍ ରହେବ

ଓଡିଶା ରାଏଜର୍ ତୁମେ ସୁନା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics