ଗୋମାତାର ବେଦନା
ଗୋମାତାର ବେଦନା


ସେ ଗୋମାତା ଆମ ସଭିଙ୍କର ମାତା,
ଯାହା ଦୁଗ୍ଧରେ ଲୁଚିଥାଏ ମହଣେ ଅମୃତ
ଯାହା ମଳରେ ବହୁଥାଏ ଗଙ୍ଗାର ପବିତ୍ରତା
ଆଉ ଯାହା ଲୋମରେ ବାସ କରନ୍ତି ମୂର୍ତ୍ତିମନ୍ତ ଦେବତା
ସେ ଆଜି ଭୋକର ସହରରେ ଅଲୋଡ଼ା ସତ୍ତା!
ଦିନଥିଲା ସେ ସବୁଜ ତୃଣରେ
ପାରିକରୁଥିଲା ଭୋକର ଦୂରତା,
ହେଲେ ଆଧୁନିକତା ଆଜି ତା' ପାଇଁ
ସାଜିଛି ଲକ୍ଷ୍ମଣ ରେଖା.......,
ଆଉ ଅଇଁଠା ପତ୍ର,ପଚା ଫଳ
ଆଜି ତା' ପାଇଁ ଭୋକର ଇସ୍ତାହାର।
ତା' ଆଶୀର୍ବାଦରେ
ଏମାନଙ୍କର କୁଆଡେ ବୃଦ୍ଧି ହୁଏ
ଧନ, ଜନ ଆଉ ଆୟୁ,
ହେଲେ କୁହୁତ.......
ଅପନ୍ତରା ବାଟ ଆଉ ରାସ୍ତାକଡ ଅଳିଆ ଗଦ
କ'ଣ ସାଯିବ ତା' ପାଇଁ ଦୀର୍ଘାୟୁ?
ଦେଖୁନ!
ଏ ସଂସାର ଆଜି ତା' ପାଇଁ ଅବଶୋଷର ମଞ୍ଚ
ପାରିବ ତ' ତାକୁ ଆତ୍ମୀୟତାର ପ୍ରଗାଢତା ଦିଅ,
ଆଉ ତା' ମୁଖରେ ମୁଠେ ହସମିଶା ଖାଦ୍ୟ ଦିଅ,
ସେ ତ' ନିରନ୍ତର ଅପେକ୍ଷାରେ..........
ତୁମ ହାତରେ ପୁଣ୍ୟର ଥାଳି ଦେବାକୁ
ଆଉ ତୁମ ଦୁଃଖର ବାଟରୁ କଣ୍ଟା କାଢି
ନିରନ୍ତର ହସର ଫୁଆର ବୁଣିବାକୁ........।