STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଗୋମାତାଙ୍କ ବାଣୀ

ଗୋମାତାଙ୍କ ବାଣୀ

2 mins
630

ଗୋମାତା କୁହନ୍ତି ଶୁଣ ମନଦେଇ

   ହେ ମୋର ପ୍ରିୟ ସନ୍ତାନ,

ତୁମକୁ ଜନମ ନ ଦେଲେ ବି ସୁଦ୍ଧା

   ମୁଁ ମାଆଟି ବୋଲି ଜାଣ।


ଦୁନିଆଁରେ ସବୁ ଯାହା ଯାହା ଘଟେ

   ମୋ ମନେ ଆସେ ସଂଶୟ,

ସମାଜକୁ ଆଜି ଯାଇଛି ତ ଗ୍ରାସୀ

   ଲୋଭ, ହିଂସା,ମାୟା,ମୋହ।


ଯେଉଁଥି ପାଇଁ କି ଅଜଣା ଭୁତାଣୁ

   ସମାଜରେ ବ୍ଯାପୁଥାଏ,

ବଳଦ ପରାୟ ସଭିଙ୍କ ମୁହଁରେ

   ତୁଣ୍ଡିମାନ ଶୋଭା ପାଏ।


ମୁହେଁ ତୁଣ୍ଡି ବାନ୍ଧି ବେଙ୍ଗଳା ପକାନ୍ତି

   ମଣିଷ ବଳଦ ହୋଇ,

ଖଳା ନାହିଁ ଦେଖ ଢଳେଇ ରାସ୍ତାରେ 

   ଧାନ ବିରି ଖେଳା ହୋଇ।


ଏ ପାଇଁ ଘଟୁଛି କେତେ ଦୁର୍ଘଟଣା  

   ତଥାପି ନଜର ନାହିଁ,

ନିଜ ଗୋଡ଼େ ଯଦି କୁରାଢ଼ୀ ମାରିବ

   ଏଥି ପାଇଁ କିଏ ଦାୟୀ ।


ମୋ ଭୋକିଲା ପୁଅ ବଳଦ ମୁହଁରେ

   ତୁଣ୍ଡି ବାନ୍ଧି ହଳ କଲ,

ଆଜି ଦେଖ ବାବୁ ସେହି ପରାଭବ 

   ତୁମେ ମାନେ ଯେ ପାଇଲ।


ମୋ ଦୁଧର ମାନ କମେ ପ୍ରତିକ୍ଷଣ

   ମଦ ମୋହେ ପଡିଗଲ,

ମଦ କାଉଣ୍ଟର ସବୁଠିଁ ଖୋଲିଲ

   ସିକ୍ଯୁରିଟି ଜଗେଇଲ।


ମଦଟି ଯେମିତି ଭିଆଇପି ବାବୁ

   ଦୁଧ ଅଲୁରି ବାଲୁରୀ,

ମଦକୁ ସଭିଏଁ ଆଦର କରନ୍ତି

   ଦୁଧ ମୋ ସତେ ନୁଖୁରୀ।


ଯାହା ମୁଁ ଦେଖୁଛି ପଦେ ବଖାଣୁଛି

   ତୁମରି ମଙ୍ଗଳ ପାଇଁ,

ଦୋଷଥିଲେ ମୋର ନିଜ ମାଆ ଭାବି

    ଦୋଷ ମୋ ଧରିବ ନାହିଁ।


ଦେଉଛି ରାବଣ ମିଠା ପ୍ରବଚନ

   ହରନାହିଁ ପରନାରୀ,

ମଦୁଆ ଏଠାରେ ନିଶା ନିବାରଣ

  ବ୍ଯାନର ବୁଲୁଛି ଧରି।


ଯାଦୁଆ ବିକୁଛି ଯାଦୁର ମଲମ 

  ଆଖିରେ ଦେଖିବ ଚାଲ,

କହିଦେବ ଯଦି ମଲ ପୁଣି ଏଠି 

   ନକହିବ ଯଦି ଭଲ।


ଯାହାଙ୍କର ବୃଦ୍ଧ ମାତା ପିତା ଏବେ

   ଜରାଶ୍ରମେ ରହୁଛନ୍ତି,

ସେ ଆଜି ସଭାରେ ମୁଖ୍ୟବକ୍ତା ହୋଇ

    ଲମ୍ବା ଭାଷଣ ଦିଅନ୍ତି।


ପ୍ରକୃତ ସନ୍ତାନ ପିତାମାତା ଗୁଣ

    ପଦେ କହିପାରେ ନାହିଁ,

ପାଟିରେ ନ କହି ଆଖି ଲୁହଧାରେ

   ବକ୍ତବ୍ୟ ସେ ପ୍ରକାଶ‌ଇ।


ମୁରୂଖ ପୁରାଣ ବଖାଣୁଛି ପୁଣି

    ଜ୍ଞାନୀ ପାଏ ଅପମାନ,

ରକ୍ଷକ ଯେ ଏଠି ଭକ୍ଷକ ସାଜୁଛି

   କିଏ ବା ଏଠି ସ୍ଵାଧୀନ ।


ଦୁଷ୍କର୍ମ କରନା ଯିଏ ବେଶୀ କହେ 

   ଦୁଷ୍କର୍ମେ ସେ ପ୍ରାୟ ଥାଏ,

ନେବାଠାରେ ଲକ୍ଷ୍ୟ ରଖିଥିବା ଲୋକ

   ସେବା ପ୍ରତିଶ୍ରୁତି ଦିଏ।


କାକ ସମ କଳା ଚାକିରୀଆ ଏଠି

   ବଗ ସମ କନ୍ୟା ଚାହେଁ,

ଏ କ'ଣ ନାରୀର ସଶକ୍ତିକରଣ 

   ଟଙ୍କାରେ ସୁଖ କି ଥାଏ ।


କର୍ମରେ ନିଯୁକ୍ତି ନକରି ଯଦିବା

   ଫୋପାଡିବ କିଛି ଟଙ୍କା,

ଭାବୁଛ କି ଦେଶ ଆଗକୁ ବଢିବ

   ଭବିଷ୍ୟତ ହେବ ରକ୍ଷା ।


ଆଉ କହୁନାହିଁ ରେ ଅଝଟ ପୁଅ

   ଗୋ ବଂଶ ଉଦ୍ଧାର କର,

ମୋକ୍ଷୀର ସହିତେ ମୋ ପୁର୍ଣ୍ଣଶରୀର

   ଲଗାଅ କାର୍ଯ୍ୟେ ତୁମର।


ମଦ ପିଇ ନଷ୍ଟ ହୁଅ ନାହିଁ ଧନ

   କର ମୋର ଦୁଧ ପାନ,

ତୁମେ ଯଦି ବାବୁ ହେବ ଶକ୍ତିମାନ

   ପୁରିଯିବ ମୋର ମନ।


ମୋ କୁନି ବାଛୁରୀ ପେଟଟିକୁ ମାରି

   କ୍ଷୀର ପଛେ ନେଉଥାଅ,

ମୁଁ ବୁଢି ହୋଇଲେ କଂସେଇ ହାତରେ

   ବିକିବନି କଥା ଦିଅ।


ମାଆଟିଏ ଯେଣୁ ଏତିକି ମୋ ଆଶା

  ମାଟିରେ ସମାଧୀ ଦେବ,

ମୋର ଆଶୀର୍ବାଦ ତୁମଠାରେ ଥିବ

  ଅନ୍ତେ ବୈକୁଣ୍ଠେ ବସିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy