STORYMIRROR

Bijay Prusty

Romance

2  

Bijay Prusty

Romance

ଗୋଲାପି କବିତା

ଗୋଲାପି କବିତା

1 min
162


ଗୋଲାପୀ ପ୍ରିୟାର ରଙ୍ଗ ଅଧରରେ

ତହଟି ଯାଉଛି ନାଲି

ଉଛନ୍ନ ହେଲେଣି ପାଗଳ ଭ୍ରମର

ଟିକେ ଚୁମିଦେବେ ବୋଲି I

ତା ଦେହ ମହକେ ଚତୁର୍ଦ୍ଦିଗ ଏବେ

ମହ ମହ ହୋଇ ବାସେ

ତା ରୂପ ଜ୍ୟୋତିରେ ଆକାଶ ଅଗଣା

ଗୋଲାପି ଗୋଲାପି ଦିଶେ I

କୋକିଳ ଗାଉଛି ତା ନାମରେ ଗୀତ

ପବନ ବାଣ୍ଟୁଛି ହସ

ରୂପସୀ ଗେଲାପ ପ୍ରତି ପାଖୁଡାରେ

ବସନ୍ତ କରୁଛି ରାସ I

ମଳୟ ପରଶେ ମନ ହଜିଯାଏ

ରଙ୍ଗର ସମ୍ଭାର ଦେଖି

ଗୋଲାପ ଦିବସେ ଗୋଲାପି ସପନ

ଦେଖିଲେଣି ସବୁ ଆଖି I

         


Rate this content
Log in

Similar oriya poem from Romance