STORYMIRROR

Dharitri Das

Inspirational

3  

Dharitri Das

Inspirational

ଗୋଲାପ

ଗୋଲାପ

1 min
259

ଗୋଲାପ ଫୁଲଟେ କରିଦିଅ ସାଇ

ତୁମରି ପୟରେ ଲୋଟିଯିବି ଯାଇ।

ପ୍ରତିଟି ପାଖୁଡା ସୌନ୍ଦର୍ଯ୍ୟରେ ଭରି

ଦିଅ ସତ୍ୟ ସାଇ ବାରେ କୃପାକରି।

ସୌନ୍ଦର୍ଯ୍ୟରେ ମୁଗ୍ଧ କରିବି ତୁୁୁମକୁ

ଶୁଣୁଥିବି ସଦା ତୁମରି ଗାଥାକୁ।

ମହକ ଭରିଦିିିଅ ଦେହରେ ମୋର

ବାସ୍ନାୟିତ ହୋଇବ ମନ୍ଦିର ତୋର।

ନାନା ଜାତି ରଙ୍ଗେ ରଙ୍ଗୀନ କର

ଶୋଭାରେ ମୋହିବି ତୋହରି ପୁର।

ସର୍ବଦା ଫୁଟିବି ତୁୁମରି ପାଇଁ

ଭକତେ ତୋଳିବେ ଆନନ୍ଦ ହୋଇ।

ମାନସିକ କରିି ଚଢାଇ ମୋତେ

ପୂଜିବେ ତୁମକୁ ଭକ୍ତିରେ ସତେ।

ଏତିକି କରୁଣା ହେଉ ହେ ସାଇ

ଦୀନ ହୀନ ତୁମ ପାଦ ସେବଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational