STORYMIRROR

Akshayakumar Dash

Romance Fantasy Inspirational

3  

Akshayakumar Dash

Romance Fantasy Inspirational

ଗୋଲାପ

ଗୋଲାପ

1 min
239

ଗୋଲାପୀ ଚେହେରା

ଓଠଟି ପାଖୁଡା

ଆଖିଦୁଇ ଫୁଲ କଢି,

ଚାଲିଗଲେ ଭୂଇଁ

ପ୍ରେମ ଯାଏ ଛୁଇଁ

ଯମୁନାରେ ନଈ ବଢି।


ଗୋଲାପୀ ହସର

ଲହରୀ ଭାଙ୍ଗଇ

ପାଖୁଡା ପାଖୁଡା ପ୍ରୀତି,

ଝରିପଡ଼ଇକି 

ଫଗୁଣ ଆକାଶ

ପୂର୍ଣ୍ଣିମା ଜହ୍ନବିତି।


ଗୋଲାପୀ ଗୋଲାପୀ

ମତୁଆଲା ପ୍ରୀତି

ଭାଷାରେ ଇସାରା ଦିଏ,

ପ୍ରେମରେ ପ୍ରେମରେ

କଢି ଦୁନିଆରେ

ସଭିଙ୍କୁ ବାସଇ ସିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance