ଗୋଲାପ
ଗୋଲାପ
ଗୋଲାପୀ ଚେହେରା
ଓଠଟି ପାଖୁଡା
ଆଖିଦୁଇ ଫୁଲ କଢି,
ଚାଲିଗଲେ ଭୂଇଁ
ପ୍ରେମ ଯାଏ ଛୁଇଁ
ଯମୁନାରେ ନଈ ବଢି।
ଗୋଲାପୀ ହସର
ଲହରୀ ଭାଙ୍ଗଇ
ପାଖୁଡା ପାଖୁଡା ପ୍ରୀତି,
ଝରିପଡ଼ଇକି
ଫଗୁଣ ଆକାଶ
ପୂର୍ଣ୍ଣିମା ଜହ୍ନବିତି।
ଗୋଲାପୀ ଗୋଲାପୀ
ମତୁଆଲା ପ୍ରୀତି
ଭାଷାରେ ଇସାରା ଦିଏ,
ପ୍ରେମରେ ପ୍ରେମରେ
କଢି ଦୁନିଆରେ
ସଭିଙ୍କୁ ବାସଇ ସିଏ ।