ଗୋଲାପ
ଗୋଲାପ
ପ୍ରେମର ପ୍ରତୀକ ଅଟେ ଯେ ଗୋଲାପ
ପରାଣେ ସଞ୍ଚାରେ ପ୍ରୀତିର ପୁଲକ ।
ସ୍ନେହ ଭଲ ପାଇବାର ବାରତା କୁ
ବିତରଣେ ରତ ଥାଏ ପ୍ରତ୍ୟେକଙ୍କୁ ।
ମୁଖରିତ କରି ପ୍ରୀତିର ପୂରବୀ
ସ୍ନେହ ମନ୍ଦାକିନୀ ସୌହାଦ୍ଦ୍ଯ ସୁରଭୀ ।
ସାତ୍ତ୍ବିକ ଚେତନା କରେ ଜାଗରଣ
ସୁରଭିରେ ହରି ନିଏ ମନପ୍ରାଣ ।
ସ୍ନିଗ୍ଧ ତନୁ ତାର କୋମଳ ଲଳିତ
କଣ୍ଟକିତ ସ୍ଥାନେ ଶୋଭଇ ସେହିତ ।
ନାନା ବର୍ଣ୍ଣ ଘେନି ନାନା ଭାବେ ତାହା
ମାନବ ଜାତି କୁ ଦିଏ ବହୁ ଶିକ୍ଷା ।

