Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

rasmi maye pati

Inspirational

4  

rasmi maye pati

Inspirational

ଗୋଲାପ ଉବାଚ

ଗୋଲାପ ଉବାଚ

1 min
346



ଗୋଲାପ ସହରେ କରିଲେ କି ଘର

  ପ୍ରେମ ନଗରୀ ର ମିଳିବ ସୁଖ

ଗୋଲାପ ଶିଖାଏ ଜୀବନ ର ଅର୍ଥ

  ମର୍ମଭେଦୀ କଥା କହେ ଦି ପଦ।।

ଅଧା କଳେବର ମଖମଲ ତାର

 ଆଉ ଅଧାଖାଏ କଣ୍ଟା ପାହାର

ପୂର୍ଣ୍ଣ ବଳିଦାନ ଆତ୍ମ ସମର୍ପଣ

  ଖାଇ ଖରା ବର୍ଷା ଖଞ୍ଜା ର ଝଡ଼।।

କିଏ କହେ ତାକୁ ପ୍ରେମ ପରିଭାଷା

  କିଏ କହେ ତାକୁ କଣ୍ଟକ ଶଯ୍ୟା 

ତା ପାଇଁ କେ ଆଙ୍କେ ପ୍ରୀତି ର ସୌଷ୍ଠଵ

 ବଖାଣେ ଗୋଲାପ ନୀରବ ବ୍ୟଥା।।

ପୂର୍ଣ୍ଣ ସମର୍ପଣେ ପାଏ ସେ ଆନନ୍ଦ

  ମୋହି ଥାଏ ମନ ସାରା ଜଗତ

ଥିଲେ କି କାର୍ପଣ୍ୟ ପାଆନ୍ତା ଆଦର

 ମୁରୁକି ହସି କହୁଚି ଗୋଲାପ।।

ଫୁଲ ର ଶଯ୍ୟା କି ବଞ୍ଚିବାର ମାନେ

  ତା ସାଙ୍ଗରେ ଅଛି କଣ୍ଟା ଆଘାତ

ସବୁ ସହୁଥିଲେ ଜୀବନ ସୁନ୍ଦର

 ଶିଖାଏ ଗୋଲାପ ଜୀବନ ଅର୍ଥ।।



Rate this content
Log in