STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଗୋଲାପ ସୁନ୍ଦରୀ

ଗୋଲାପ ସୁନ୍ଦରୀ

1 min
1.1K

ଲତା ଦିଦି ବୋଲି ଭାରତରେ ନୁହେଁ 

ବିଦେଶେ ପଡିଛି ହୁରି 

ପ୍ରେମ ଋତୁ ପାଇଁ ଗୋଲାପ ନିଅଣ୍ଟ 

ସଜ ଗୋଲାପ ସବୁ ସାଥେ ଭରି 

ଗୋଲାପ ସୁନ୍ଦରୀ ଉଠ ପୁଣି ଥରେ 

ପ୍ରେମ ଗୀତ ଗାଇ ଥିରି ଥିରି 

ପ୍ରେମ ଥିଲା ବୋଲି ହୃଦୟ ତୁମରି 

ପରିବାରର ହେଲ ନାଉରୀ 

ତେର ବର୍ଷ ଦିନୁ ଗାଇ ସୁମଧୁର ସ୍ବରେ 

ମନ ମୁନ ଚୈତନ୍ୟ ଗଲ ଆବୋରି 

ତୁମ ଶାଢ଼ୀ ପିନ୍ଧା ଲାଗ ଓଡ଼ିଆଣୀ 

ଓଡ଼ିଆ ସଂଗୀତ ହେଉଛି ସ୍ମରି 

ଏଇ ଚୁନା ଚୁନା ତାରା ଫୁଲେ ଆଜି 

ଆଜି ମୁଁ ଶ୍ରାବଣୀ ଗୀତ କୁ ହୁଅନ୍ତି ଝୁରି 

ଭାରତମାତାଙ୍କଅଲିଅଳି,କୋକିଳବୋଲାଇ 

ସତେଜ ଗୋଲାପ ପାଖୁଡା ପରି 

ସୌନ୍ଦର୍ଯ୍ୟମୟୀ ଗୋ ଗୁଂଜରିତ ମନ ପ୍ରାଣ 

ତୁମ ବିଦାୟରେ ମନ ହୃଦୟ ଯାଇଛି ଚିରି 

ତୁମ ମଥାରେ ଟିକିଲି କଥାକୁହା ଆଖି 

ବୀଣାଜିଣା କଣ୍ଠରୁ ଅମୃତ ପଡେ ଝରି 

ଗ୍ରହଦୋଷ ଭାରତ ଆକାଶେ ସେଦିନ 

ଫୁଟାଇଲା କିଏ ଆସୁରିକ ଅରି 

ଲତା ଦିଦି ଆମ ହେଲେ ସ୍ଵର୍ଗବାସୀ 

ଭାରତ ଆକାଶେ ଉଲକା ବାରି 

ସଭିଙ୍କ ଆଖିରୁ ଲୁହ ହୃଦୟରୁ କୋହ 

ଶ୍ରାବଣ ନଥାଇ ବସନ୍ତେ ପଡିଲା ଝରି 

ବସନ୍ତେ ଆଉ ଗାଇବ କିଏସେ ପ୍ରେମ ଗୀତି 

କୋଇଲି ଆଉ ଡାକୁନି ସେଦିନୁ ଝୁରିଝୁରି 

ନବବସନ୍ତରେ ବାସନ୍ତିକା ସାଜି ଆମ ଦିଦି 

କେଉଁ ଦେଶରେ ଫୁଟାଅ ଗୋଲାପ ବାରି 

ଫେରିଆସ ନୂଆରୂପେ ଗୋଲାପ ସୁନ୍ଦରୀ 

ସ୍ୱାଗତ କରିବୁ ବଜାଇ ଶଙ୍ଖ ତୁରୀ 

ପାର୍ଥିବ ଶରୀର ସ୍ରଷ୍ଟା ନେଲେ ଯେବେ 

ଆତ୍ମାଫୁଲ ଫୁଟୁଚେତନାରେ ଚୁଆଚନ୍ଦନ ଭରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract