STORYMIRROR

Surjyakanta Dash

Inspirational Others

3  

Surjyakanta Dash

Inspirational Others

ଗୋ ମାତା

ଗୋ ମାତା

1 min
336


ଗୋ ମାତା ତୁମେ ଆମ ସ୍ୱାଭିମାନ

ହିନ୍ଦୁ ସଂସ୍କୃତିର ଆଧାର ସ୍ତମ୍ଭ,

ତୁମ ସେବାରେ ହିଁ ସିଦ୍ଧି ପ୍ରାପ୍ତ ହୁଏ

ତୁମେ ଆମ ଉପାସନା ଓ ସ୍ୱାଭିମାନ ।।

ତୁମ ଦୁଗ୍ଧ ରୁ ହିଁ ପଞ୍ଚଗବ୍ୟ ସୃଷ୍ଟି

ଯାହା ବିନା ସାଂସ୍କୃତିକ କାର୍ଯ୍ୟ ଅପୁରା,

ଗର୍ଭ ଧାରଣ ଠାରୁ ଯେ ମୃତ୍ୟୁ ପର୍ଯ୍ୟନ୍ତ

ସବୁ ଅଶୁଦ୍ଧି ରୁ ଶୁଦ୍ଧି କରାଏ ପରା ।।

ଯଜ୍ଞ ମଣ୍ଡପରେ ସୁଚିତା ନିମନ୍ତେ

ଯଜ୍ଞାନୁଷ୍ଠାନ୍ ପାଇଁ ଆବଶ୍ୟକ ତୁମ ଗୋବର,

ସମାଜର ଶ୍ରିବୃଦ୍ଧି ଆଉ ଶବ୍ଦ - ବାୟୁ ପ୍ରଦୂଷଣ

ଯଜ୍ଞଚରୁ ନିମନ୍ତେ ଆବଶ୍ୟକ ପଞ୍ଚଗବ୍ୟ ର ।।

ଆର୍ଯ୍ୟ ସଂସ୍କୃତିର ପ୍ରଥମ ଚାରି ବସ୍ତୁ ଭିତରେ

"ଗୋ ମାତା" ତୁମର ନାମ ଅନ୍ୟତମ,

ତୁମ ସେବା, ଧର୍ମ ଗ୍ରନ୍ଥ ଗୀତାର ମୂଳ ତତ୍ତ୍ୱ

ତୁମ ଦାନ ହିଁ ସମାଜରେ ମହତ୍ ଦାନ ।।

ତୁମ ଘୃତ ଦ୍ଵାରା ଯଜ୍ଞ ଆଦି କଲେ

ବିଶୁଦ୍ଧ ହୁଏ ଜଳ, ବାୟୁ ମଣ୍ଡଳ,

ତୁମେ ଆମ ପାରିବାରିକ ସ୍ନେହ ସଦ୍ଭାବନାର

ଦୟା,ଭକ୍ତି,ମମତାର ଶ୍ରେଷ୍ଠ ଆଧାର ।।

ଏ ମାଟି ମଣିଷ ଗୋ ମାତାଠାରୁ

"ମା" ସମ୍ବୋଧନ ଦେବା ଶିଖିଛି,

ଦୟାର ସ୍ୱରୂପ ଗୋ ମାତା ତୁମେ

ସବୁ ପାଇଛି ଯିଏ ତୁମ କୃପା ଲଭିଛି ।।

ଗୋ ମାତା ସେବା ଯିଏ କରିବ ଜୀବନେ

ହୋଇବ ତାର ଜୀବନ ଧନ୍ୟ,

ତେତିଶି କୋଟି ଦେବତା ଯେ ଲଭନ୍ତି

ନୈବେଦ୍ୟ ର ସବୁ କାମ୍ୟ ।।

ଗୋ ସେବାରେ କଟେ ଅନେକ କଷଣ

ଦୁଃଖ କଟେ ଧିରେ ଧିରେ,

ସଂସାରରେ ସୁଖ ଲଭେ ଏ ମନୁଷ୍ୟ

ଦିନ କାଟେ ସନ୍ତାନ ସୁଖରେ ।।

"ଗୋ ମାତା" ତୁମେ କାମନା ପୂରଣ କାରିଣୀ

ତେଣୁ ଅନ୍ୟନାମ ତୁମର କାମଧେନୁ ,

ଯାହାର ନାଭିରୁ ହୁଏ ଅମୃତର ସୃଷ୍ଟି

ସବୁ ଦୁଃଖ ହରେ ଆମ ମନୁ ।।

ଗୋ ମାତା ତୁମେ ସବୁ ଦେବତାଙ୍କ ମାତା

ଯଜ୍ଞ କାରକ ସ୍ୱରୂପା,

ସବୁ ତୀର୍ଥର ତୁମେ ତୀର୍ଥ ରୁପିଣୀ ଅଟ

ତୁମେ ଶକ୍ତିର ଅପରୂପା ।।

ହୁଙ୍କାରେ ତୁମର ମାତା ସରସ୍ୱତୀଙ୍କ ବାସ

ଗଳକମ୍ବଳରେ ନାଗ ଗଣଙ୍କ ବାସ,

ମୁଖରେ ତୁମର ଚାରିବେଦ,ସର୍ବ ତୀର୍ଥ ବିରାଜମାନ

ଖୁରାରେ ଗନ୍ଧର୍ବ ମାନଙ୍କର ବାସ ।।

ଗୋ ମାତା ତୁମେ ସର୍ବ କାମନା ପୂର୍ଣ୍ଣ କାରିଣୀ

ସବୁ ପ୍ରାଣୀ ଜଗତର ମାତା,

ତୁମ ପ୍ରଦକ୍ଷୀଣ ମନୁଷ୍ୟ କରିବା ମାତ୍ରକେ

ପୂର୍ଣ୍ଣ ହୁଏ ସବୁ ମନୋବାଞ୍ଛା ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational