ଗଣତନ୍ତ୍ରର ଗଜଲ
ଗଣତନ୍ତ୍ରର ଗଜଲ
ପରାଧୀନତାର ଅମା ଅନ୍ଧାର
ରାତିଗଲା ଯେବେ ପାହି ,
ପୁଣ୍ୟ ପ୍ରଭାତରେ ଶୁଭ୍ର ଆଲୋକ
ନୂଆ ଆଶା ଗଲା ଛାଇ ।
ଦୀର୍ଘ ବନ୍ଧନର ଶୃଙ୍ଖଳ ଛିଡି
ଭାରତ ପାଇଲା ମୁକ୍ତି,
ଚତୁର୍ଦିଗରେ ଭରିଗଲା ଆଜି
ଶାନ୍ତି ପ୍ରୀତି ସ୍ନେହ ମୈତ୍ରୀ ।
ଭାରତ ମାତାର ଶୁଷ୍କ ଓଠେ
ହସ ଉଠିଲା ତ ଫୁଟି,
ଚିରା ପଣତ କୁ ସଜାଡି ସିଏ
ସ୍ନେହ ଦେଲା ପୁଣି ବାଣ୍ଟି ।
ଗଣତନ୍ତ୍ର ଗଜଲ ଗାଈ
ଝୁମିଲେ ଭାରତବାସୀ,
ଝୁମେ ଆକାଶ ଝୁମେ ପୃଥିବୀ
ଝୁମିଲେ ସୁରୁଜ ଶଶି ।