STORYMIRROR

BULU BEHERA

Abstract Inspirational Others

3  

BULU BEHERA

Abstract Inspirational Others

ଗଣତନ୍ତ୍ରର ଆହ୍ୱାନ

ଗଣତନ୍ତ୍ରର ଆହ୍ୱାନ

1 min
350

ଗଣ  ଅର୍ଥ ଲୋକ ତନ୍ତ୍ର  ଯେ  ଶାସନ


ଆମ  ଦେଶର  ସ୍ୱତନ୍ତ୍ର  ଆଇନ,



ନିର୍ଦ୍ୱନ୍ଦରେ  ପ୍ରତ୍ୟକ୍ଷ  ଭାବରେ  ଯେ



ଭୋଟ  ଦେବା  ଗଣତନ୍ତ୍ରର  ଆହ୍ୱାନ  l(1)





ଆମରି  ନାଆରେ  ନାଉରି  ଆମେରେ



ସ୍ୱାଧୀନ ଅଟେ  ସବୁରି  ମତଦାନ,



ଆସୁ  ଯେତେ  ଝଡ  ଆସୁ  ଯେତେ ଝଞ୍ଜା



ଉପଯୁକ୍ତ  ପ୍ରାର୍ଥୀ  କରିବା  ଚୟନ  l(2)





ତୋଷାମଦ  କରି  ଅସାଧୁ  ଉପlୟେ



ଯେ ଜିତେ ଲୋକଙ୍କୁ  ଠକି  ନିର୍ବାଚନ,



ଦେଶକୁ  ଲୁଟି ବିଦେଶୀ  ହାତେ ଦେଇ



ଆର୍ଥିକ  ସଂକଟେ  ହୁଏ  ସମ୍ମୁଖୀନ  l(3)





ଗଣତନ୍ତ୍ରର ଯେତେ  ନୀତି ଓ ନିୟମ



ପଢିଲେ  ଜାଣିବ  ଆଉ  ସମ୍ବିଧାନ,



ମହାନ ପ୍ରଣେତା ମୁକ୍ତିକାମୀ ନେତା



କରିଥିଲେ ଦେଶରେ  ଯେ ପ୍ରଣୟନ  l (4)




ଗଣତନ୍ତ୍ର  ଆମର  ଅମୋଘ  ଅସ୍ତ୍ର



ଦେଖି  ଚାହିଁ  କରିବା  ଯେ ନିକ୍ଷେପଣ,



ସ୍ୱାଧୀନ  ଚିନ୍ତା  ଆମ  ସ୍ୱାଧୀନ ମତ



କରିବା  ସବୁବେଳେ  ଆମେ  ପାଳନ  l (5)


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract